Below header

ଏବେ ଅଭିନନ୍ଦନଙ୍କ ବୀରତ୍ବ ଗାଥା ଗାଇବ ଭାରତୀୟ କ୍ରିକେଟରଙ୍କ ଜର୍ସି

ପାକିସ୍ତାନ ଭୂମିରେ ଭାରତର ବୀର ଜବାନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ବୀରତ୍ୱ ପ୍ରଦର୍ଶନ କରି ଏବେ ଭାରତକୁ ଫେରିଛନ୍ତି। ଶୁକ୍ରବାର ରାତି ୯.୨୧ମିନିଟ ସମୟରେ ଅଭିନନ୍ଦନ ୱାଘା-ଅଟାରୀ ସୀମା ଦେଇ ଭାରତରେ ପାଦ ଥାପିଛନ୍ତି। ତାଙ୍କର ଆଗମନକୁ ସମଗ୍ର ଦେଶବାସୀ ଭବ୍ଯ ସ୍ବାଗତ କରିଥିବା ବେଳେ ଏନେଇ ସବୁ ଆଡ଼େ ଛାଇଯାଇଛି ଖୁସିର ଲହରୀ। ତାଙ୍କର ଏହି ବୀରତ୍ୱ ଗାଥାକୁ କିପରି ବା ଭାରତୀୟ କ୍ରିକେଟ ଦଳ ସ୍ୱାଗତ ନ କରିବ। ଏଥି ପାଇଁ ବିସିସିଆଇ ପକ୍ଷରୁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାମ ଲେଖାଥିବା ଏକ ଜର୍ସି ଜାରି କରିଛି। ଏହି ଜର୍ସିର ନମ୍ବର ୧ ରହିଛି।

abhi

ମିଳିଥିବା ଖବର ମୁତାବକ, ଶୁକ୍ରବାର ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ଖେଳାଳିଙ୍କ ପାଇଁ ଜର୍ସି ଲଞ୍ଚ କରାଯାଇଛି। ଏହି ସମୟରେ ଅଭିନନ୍ଦନଙ୍କ ନାମ ଥିବା ଏକ ଜର୍ସି ପ୍ରସ୍ତୁତ କରାଯାଇଛି। ଏହା ପରଠାରୁ ୧ ନମ୍ବର ଜର୍ସି ଅନ୍ୟ କୌଣସି ଖେଳାଳିକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ଏହାସହ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭାରତ ପ୍ରତ୍ୟାବର୍ତ୍ତନକୁ ସ୍ୱାଗତ କରିବା ସହ ଆପଣଙ୍କ ବୀରତ୍ୱକୁ ସଲାମ ବୋଲି ଟୁଇଟ କରିଥିଲେ। କେବଳ ବିରାଟ କୋହଲି ନୁହନ୍ତି ବହୁ ଭାରତୀୟ ଖେଳାଳି ଏହାର ସ୍ୱାଗତ କରିବା ସହ ଅଭିନନ୍ଦନଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.