ପ୍ରଥମ ଥର ପାଇଁ ଶ୍ରଦ୍ଧାଙ୍କ ଜବରଦସ୍ତ ଆକ୍ସନ୍ ସିନ୍, ଫ୍ଲୋରକୁ ଆସିଲା ପ୍ରଭାସଙ୍କ ‘ସାହୋ’ ର ଟିଜର

ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ସାହୋ ଟିଜର୍ । ସ୍ପେଶାଲ୍ ଶ୍ରଦ୍ଧା କପୁରଙ୍କ ଜନ୍ମଦିନକୁ ଆଖି ଆଗରେ ଫିଲ୍ମର ଟିଜର୍ ରିଲିଜ୍ ହୋଇଛି । ଏକ ମିନିଟ୍ ଦୁଇ ସେକେଣ୍ଡ ର ଏହି ଟିଜରରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଜବରଦସ୍ତ ଆକ୍ସନ୍ ଦେଖିବାକୁ ମିଳିଛି । ଜନ୍ମଦିନ ଉପଲକ୍ଷେ ପ୍ରଶଂସକଙ୍କ ପାଇଁ ଶ୍ରଦ୍ଧାଙ୍କ ଏହି ଆକ୍ସନ୍ ସିନ୍ କୌଣସି ଟ୍ରିଟଠୁ କମ୍ ନୁହେଁ । ସାହୋ ଜରିଆରେ ସାଉଥ ଫିଲ୍ମରେ ଡେବ୍ୟୁ କରିଛନ୍ତି ଶ୍ରଦ୍ଧା ।

ଟିଜରକୁ ଦେଖି ସ୍ପଷ୍ଟ ଜଣା ପଡୁଛି ଯେ ଆକ୍ସନରେ ଭରପୁର ଫିଲ୍ମ ସାହୋ । ରୋମାଣ୍ଟିକ୍ ଫିଲ୍ମ କରୁଥିବା ଶ୍ରଦ୍ଧା ପ୍ରଥମ ଥର ପାଇଁ ଦେଇଛନ୍ତି ଜବରଦସ୍ତ ଆକ୍ସନ୍ ସିନ୍ । ତେବେ ଟିଜରରେ କୌଣସି ଡାଏଲଗ୍ ନାହିଁ । ହେଲେ ଶେଷରେ ପ୍ରଭାସଙ୍କ ବୁମ୍ କହିବା ଖୁବ୍ ପ୍ରଭାବୀ ହୋଇଛି । ଏହି ଆକ୍ସନ ଏଣ୍ଟରଟେନର ଫିଲ୍ମଟି ୧୫ ଅଗଷ୍ଟ ରିଲିଜ୍ ହେବ । ଏହା ପୂର୍ବରୁ ଫିଲ୍ମର ମେକିଙ୍ଗ୍ ଟିଜର୍ ରିଲିଜ୍ ହୋଇଥିଲା ।

ଦେଖନ୍ତୁ ଟିଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.