Below header

କଣ ଆପଣ ଚକେଲଟ୍ ପ୍ରେମୀ ? ତେବେ ଆପଣଙ୍କ ପାଇଁ ଖୁସି ଖବର, ଏହି କମ୍ପାନୀ ଦେଉଛି ନିଯୁକ୍ତି ସୁଯୋଗ

କଣ ଆପଣ ଚକଲେଟ୍ ପ୍ରେମୀ । ଯଦି ହଁ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ଚକଲେଟ୍ ଖାଇବା ପାଇଁ ମିଳିବ ଟଙ୍କା । କଣ ଆଶ୍ଚର୍ଯ୍ୟ ଲାଗୁଛି ? କିନ୍ତୁ ଏହା ସତ । କ୍ୟାଡବରୀ ଏବଂ ଓରିଓ ଭଳି ଚକଲେଟ୍ ତିଆରି କରୁଥିବା କମ୍ପାନୀ Mondelez International ଚକଲେଟ୍ ଲଭର୍ସଙ୍କ ପାଇଁ ଆଣିଦେଇଛି ଏହି ସୁବର୍ଣ୍ଣସୁଯୋଗ ।

କମ୍ପାନୀକୁ ଏବେ ଚକଲେଟ୍ ଟେଷ୍ଟର୍ସଙ୍କ ଆବଶ୍ୟକତା ଅଛି । ନିଜ ୱେବସାଇଟରେ ଏନେଇ ନିଯୁକ୍ତି ବିଜ୍ଞାପନ ଦେଇଛି କମ୍ପାନୀ । ସେଥିପାଇଁ ତାଙ୍କୁ ଏମିତି ଲୋକଙ୍କ ତଲାଶ ଅଛି ଯାହାଙ୍କୁ ଚକଲେଟ୍ ଖାଇବା ପସନ୍ଦ ଆଉ ସେମାନେ ଏହାର ଟେଷ୍ଟ ଖୁବ୍ ଭଲ ଭାବରେ କହିପାରିବେ ।

କଣ ରହିଛି କାମ :

ସିଲେକ୍ଟଟେଡ୍ ହୋଇଥିବା ବ୍ୟକ୍ତିଙ୍କୁ ୧୨ ଜଣିଆ ଏକ ଟିମ୍ ସହ କାମ କରିବାକୁ ପଡିବ । ଖାସ୍ କଥା ହେଉଛି ଏହା ଏକ ପାର୍ଟଟାଇମ୍ ଚାକିରି ଏବଂ ପ୍ରାର୍ଥୀଙ୍କୁ ସପ୍ତାହରେ ମାତ୍ର ୮ ଘଂଟା କାମ କରିବାକୁ ପଡିବ । ଏହି ସମୟରେ ପ୍ରାର୍ଥୀଙ୍କୁ ବହୁତ ଚକଲେଟ୍ ଟେଷ୍ଟ କରି ତାର ସଠିକ୍ ରିଭ୍ୟୁ ଦେବାକୁ ପଡିବ । ତେବେ ଏହି କାମ କରିବା ପାଇଁ ଆପଣଙ୍କୁ ଇଂଲଣ୍ଡ ଯିବାକୁ ପଡିବ । ସିଲେକ୍ଟଟେଡ୍ ପ୍ରାର୍ଥୀ Mondelez International ର ହେଡକ୍ବାଟର୍ Birmingham ରେ କାମ କରିବାକୁ ପଡିବ ।

ଯୋଗ୍ୟତା :

ଏହି ଚାକିରି ପାଇଁ ନା ଅଧିକ ଡିଗ୍ରୀର ଆବଶ୍ୟକତା ଅଛି ନା ଅଭିଜ୍ଞତା ଆବଶ୍ୟକ । କମ୍ପାନା ଦ୍ବାରା ଜାରି କରାଯାଇଥିବା ନୋଟିଫିକେସନ୍ ଅନୁଯାୟୀ, ଏମିତି ବ୍ୟକ୍ତିଙ୍କ ଆବଶ୍ୟକତା ଅଛି ଯାହାଙ୍କୁ ଚକଲେଟ୍ ଖାଇବା ପସନ୍ଦ ଆଉ ସଚ୍ଚୋଟତାର ସହ ପ୍ରଡକ୍ଟର ରିଭ୍ୟୁ କରିପାରୁଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.