Below header

PPF, SSY, NSC ସ୍କିମ୍‌ : ଆପଣ ଯଦି ଏହିସବୁ ଯୋଜନାରେ ନିବେଶ କରୁଛନ୍ତି , ଜାଣନ୍ତୁ କେତେ ଆପଣଙ୍କୁ ମିଳିବ ଆୟକର ଛାଡ଼

ନୂଆଦିଲ୍ଲୀ : ପିପିଏଫ୍‌, ଏଫ୍‌ଡି, ଏନ୍‌ଏସ୍‌ଏସି ଓ ସୁକନ୍ୟା ସମୃଦ୍ଧି ଯୋଜନା ସବୁଠୁ ଅଧିକ ଲୋକପ୍ରିୟ ଓ ସୁରକ୍ଷିତ ଯୋଜନା । ଏହି ଯୋଜନାରେ ନିବେଶ କଲେ ଗ୍ରାହକଙ୍କ ନିବେଶ ସୁରକ୍ଷିତ ରହିଥାଏ । ଏହା ମଧ୍ୟରେ ଏମିତି କିଛି ବିକଳ୍ପ ନିବେଶ ରହିଛି ଯେଉଁଥିରେ ଆୟକର ଛାଡ଼ (ଟ୍ୟାକ୍ସ) ବ୍ୟବସ୍ଥା ରହିଛି । ଆସନ୍ତୁ ଜାଣିବା କେଉଁ ନିବେଶ ଉପରେ ଆପଣଙ୍କୁ ଟ୍ୟାକ୍ସ ଛାଡ଼ର ଲାଭ ମିଳିଥାଏ ।

ନେସ୍‌ନାଲ୍‌ ସେଭିଂ ସାର୍ଟିଫିକେଟ (ଏନ୍‌ଏସ୍‌ସି) :

ଏନ୍‌ଏସ୍‌ସି ରେ କରାଯାଇଥିବା ନିବେଶ ବି ଆୟକର ଅଧିନିୟମ ଧାରା ୮୦ ସି ଅନୁଯାୟୀ ଟ୍ୟାକ୍ସ ଛାଡ଼ ଯୋଗ୍ୟ ଅଟେ । ଏଥିରେ କରାଯାଇଥିବା ନିବେଶ ରାଶି ଉପରେ ମିଳୁଥିବା ସୁଧ ଟ୍ୟାକ୍ସ ଫ୍ରି ଅଟେ ।

ପବ୍ଳିକ ପ୍ରୋଭିଡେଣ୍ଟ ଫଣ୍ଡ୍‌(ପିପିଏଫ୍‌) :

ଏହି ଯୋଜନା EEE ଷ୍ଟାଟସ୍‌ ସହିତ ଆସିଥାଏ । ଅର୍ଥାତ୍‌ ଏଥିରେ ୩ ଜାଗାରେ ଟ୍ୟାକ୍ସ ଲାଭ ମିଳିଥାଏ । ଏହି ଯୋଜନାରେ ମ୍ୟାଚୁରିଟି ସମୟରେ ମିଳୁଥିବା ରାଶିର ସୁଧ ଟ୍ୟାକ୍ସ ଫ୍ରି ହୋଇଥାଏ । ଏହି ଯୋଜନା ମଧ୍ୟ ଆୟକର ଅଧିନିୟମ ଧାରା ୮୦ ସି ଅନୁଯାୟୀ ଟ୍ୟାକ୍ସ ଛାଡ଼ ଯୋଗ୍ୟ ଅଟେ ।

ଫିକ୍ସଡ୍‌ ଡିପୋଜିଟ୍‌ :

ଫିକ୍ସ ଡିପୋଜିଟ୍‌ ରେ ନିବେଶ କରାଯାଉଥିବା ରାଶିର ସୁଧ ଉପରେ ମଧ୍ୟ ବ୍ୟାଙ୍କ୍‌ ୧୦ ପ୍ରତିଶତ ଟିଡିଏସ୍‌ କାଟିଥାନ୍ତି । ଯଦି ଆପଣ ଉଚ୍ଚ ଟ୍ୟାକ୍ସ ଗ୍ରୁପ୍‌ରେ ଆସୁଥାନ୍ତି ତେବେ ଆପଣଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.