Below header

୧୦ମ ପାସ୍‌ କରିଥିଲେ ଆୟକର ବିଭାଗରେ ଚାକିରି ପାଇଁ କରନ୍ତୁ ଆବେଦନ, ଦରମା ମାସକୁ ଦେଢ ଲକ୍ଷ ଟଙ୍କା

ଆୟକର ବିଭାଗରେ ଚାକିରି ସୁଯୋଗ। ୧୦ମ ପାସ୍‌ କରିଥିଲେ କରିପାରିବେ ଆବେଦନ । ମାସକୁ ଦରମା ଦେଢ ଲକ୍ଷ ଟଙ୍କା । ୨୪ ମାର୍ଚ୍ଚ ପର୍ଯ୍ୟନ୍ତ କରିପାରିବେ ଆବେଦନ।

୧୦ମ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆୟକର ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଆୟକର ବିଭାଗରେ ଇନକମ ଟ୍ୟାକ୍ସ ଇନ୍ସପେକ୍ଟର ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଏବଂ ଅଫଲାଇନ ମୋଡରେ ଆବେଦନ କରିପାରିବେ। ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ incometaxbengaluru.org କୁ ଯାଇ ଚେକ୍‌ କରିପାରିବେ। ଏଠାରେ ଦିଆଯାଇଥିବା ନୋଟିଫିକେସନ ରେ ଫର୍ମ ପୂରଣ କରି ଦିଆଯାଇଥିବା ଠିକଣାରେ ପଠାଇବାକୁ ହେବ ।

ପଦବୀ ବିବରଣୀ ; ୭୧

ଇନକମ୍‌ ଇନ୍ସପେକ୍ଟର : ୧୦
ଟ୍ୟାକ୍ସ ଆସିଷ୍ଟାଣ୍ଟ : ୩୨
ମଲ୍ଟି ଟାକ୍ସିଂ ଷ୍ଟାଫ : ୨୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୪ ମାର୍ଚ୍ଚ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ଡିଗ୍ରୀ ରଖିଥିବା ଜରୁରୀ । ସେହିପରି ମଲ୍ଟି ଟାକ୍ସିଂ ଷ୍ଟାଫ ପାଇଁ ୧୦ମ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା: ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ। ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛୁଟ୍‌ ମିଳିବ ।

ମାସିକ ଦରମା : ଚୟନିତ ହେବା ପ୍ରାର୍ଥୀଙ୍କୁ ମାସିକ ଦରମା ୪୪,୯୦୦ଟଙ୍କାରୁ ଆରମ୍ଭ କରି ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ସେହିପରି ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇର୍ ୨୫,୫୦୦ ଏବଂ ୮୧,୧୦୦ ଦରମା ମିଳିବ ।

ମଲ୍ଟି ଟାକ୍ସି ଷ୍ଟାଫ ପାଇଁ ୧୮,୦୦୦ ଟଙ୍କାରୁ ୫୬,୯୦୦ ଟଙ୍କା ଦରମା ମିଳିବ ।

ଫର୍ମ ପଠାଇବାର ଠିକଣା :

incometaxbengaluru.org

Commissioner Of Income Tax (Admin And TPS), O/o Principal Chief Commissioner Of Income Tax, Karnataka and Goa Region, Central Revenue Building, No.1, Queen’s Road, Bengaluru, Karnataka 560001।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.