Below header

ଇଣ୍ଡିଆନ ଅଏଲରେ ଖାଲି ପଡିଛି ଇଞ୍ଜିନିୟରିଂ ଏବଂ ଗ୍ରାଜୁଏଟ୍‌ଙ୍କ ପାଇଁ ପଦବୀ, ଦରମା ୧୫ ଲକ୍ଷ

ଇଣ୍ଡିଆନ ଅଏଲରେ ଚାକିରି କରିବାକୁ ଇଚ୍ଛୁକ ରହିଛନ୍ତି କି ? ତେବେ ଜଲଦି କରନ୍ତୁ ଆବେଦନ। ଇଣ୍ଡିଆନ ଅଏଲ ପକ୍ଷରୁ ଇଞ୍ଜିନିୟରିଂ ଏବଂ ଗ୍ରାଜୁଏଟ୍‌ଙ୍କ ପାଇଁ ପଦବୀ ଖାଲି ରହିଛି। ଯଦି ଆପଣ ଗେଟ-୨୦୨୦ ପରୀକ୍ଷା ଦେଇଛନ୍ତି ତେବେ ଏହି ପଦବୀରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଇଣ୍ଡିଆନ ଅଏଲର ଅଫିସିଆଲ େଓ୍ଵବସାଇଟକୁ ଯାଇ ioclapply.com କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୬ ମଇ ୨୦୨୦ ରହିଛି।

ଚୟନ ପ୍ରକ୍ରିୟା : କେବଳ ଗେଟ୍‌ ୨୦୨୦ ସମ୍ବନ୍ଧୀୟ ଇଂଜିନିୟରିଂ ବିଷୟ ଊପରେ ଆଧାରିତ ପ୍ରଶ୍ନପତ୍ର ରହିବ। ୨୦୧୯ ଗେଟ ପରୀକ୍ଷା କିମ୍ବା ତା’ ପୂବର୍ରୁ କୌଣସି ଗେଟ୍‌ ପରୀକ୍ଷାର ମାର୍କ ଏଥିରେ କାର୍ଯ୍ୟକାରୀ ହେବ ନାହିଁ। ଏହାଛଡା ଜିଡି ଏବଂ ପର୍ସନାଲ ଇଣ୍ଟରଭ୍ୟୁରେ ମଧ୍ୟ ପାସ୍‌ ହେବା ଆବଶ୍ୟକ।

iocl

ଦରମା : ଏହି ପଦବୀରେ ନିଯୁକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ବେସିକ ପେ ସହିତ ଡିଏ, ଏଚଆରଏ, ମେଡିକାଲ ଫ୍ୟାସିଲିଟି, ଗ୍ରାଚୁଇଟି, ପିଏଫ, ପେନଶନ ସ୍କିମ, LTA, ଏବଂ ଅନ୍ୟ ସବୁ ସୁବିଧା ମିଳିବ।

ସର୍ଭିସ ବଣ୍ଡ : ଏହି ପଦବୀରେ ଚାକିରି କରିବାକୁ ସାଧାରଣ ବର୍ଗ ପାଇଁ ୩ ଲକ୍ଷ ଟଙ୍କାର ବଣ୍ଡ୍‌ ଭରିବାକୁ ହେବ ଏବଂ ଅନ୍ୟ ଶ୍ରେଣୀ ପାଇଁ ମାତ୍ର ୫୦ ହଜାର ଟଙ୍କାର ବଣ୍ଡ୍‌ ଭରିବାକୁ ପଡିବ।

କିପରି କରିବେ ଆବେଦନ : ଆବେଦନ କରିବା ପାଇଁ ଇଣ୍ଡିଆନ ଅଏଲ୍‌ର ଅଫିସିଆଲ େଓ୍ଵବସାଇଟ୍‌iocl.com କୁ ଯାଇ ଆବେଦନ କରନ୍ତୁ। ଆବେଦନ ପାଇଁ ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ନିଶ୍ଚିତ ରହିଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.