କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ଯବାନ, ଗରିବଙ୍କୁ ବାଂଟୁଛନ୍ତି ଜରୁରୀ ସାମଗ୍ରୀ

ନରସିଂହପୁର: ଦୁଃସାହସିକ କାର୍ଯ୍ୟ  ପାଇଁ ହେଉ ଅବା ପରପୋକାରିତା ପାଇଁ ହେଉ ବିଭିନ୍ନ ସମୟରେ ଚର୍ଚ୍ଚାର ପରିସରକୁ ଆସନ୍ତି ଆମ ଭାରତୀୟ ଯବାନ । ଏହି ଭୟଙ୍କର ମହାମାରି ସମୟରେ ସେମାନେ ବାଦ ଯାଆନ୍ତେ କେମିତି । ଏବେକା ସମୟରେ ନିଜ ଗାଁକୁ ଯାଇ ଦୁଖୀ ଦରିଦ୍ରଙ୍କ ସହ ଗ୍ରାମର ଅନ୍ୟ ଲୋକମାନଙ୍କୁ ଚୂଡା, ଚାଉଳ, ସାବୁନ ପରି ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀ ବଣ୍ଟନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକ ବନ୍ଧହୁଡା ଗ୍ରାମପଞ୍ଚୟତର  ଜଣେ ଯବାନ । ଏହି ଗାଁର ଜଣେ କାର୍ଯ୍ୟରତ ଯବାନ ବୁଲୁ ପ୍ରଧାନ କିଛି ଦିନ ତଳେ ଛୁଟିରେ  ଆସି ଭୁବନେଶ୍ଵରରେ  ରହୁଥିଲେ ।

foodମହାମାରୀ କୋରୋନା  ଖବର ପାଇ ଗାଁକୁ ଆସି ନିଜେ ଓ ପରିବାରଙ୍କ ସହ ଅସ୍ଥାୟୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ସହ ନିଜ ଗ୍ରାମରେ ଥିବା ଅଗ୍ରଣୀ ସଂଗଠନ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଯୁବକ ସଂଗଠନ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ଲୋକମାନଙ୍କ ପାଖକୁ ଯୋଗାଇ ଆସୁଛନ୍ତି  । ଏହା ସହ ସମସ୍ତଙ୍କୁ ”ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ” ବାର୍ତ୍ତା ବାଣ୍ଟୁଛନ୍ତି ଏହି ଯବାନ ।  ଯବାନଙ୍କ ଏହି ପରି ଉଦ୍ୟମକୁ  ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଜଣାଯାଇଛି ଓ ଏହିଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବବୋଲି ସଂଗଠନ ସମ୍ପାଦକ ତଥା ପତ୍ରକାର ଇଶ୍ଵର ସାହୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.