Below header

ଆଉ ନାହାନ୍ତି ରାମାୟଣରେ ଅଭିନୟ କରିଥିବା ଏହି ୭ ଜଣ କଳାକାର, ଜାଣନ୍ତୁ ସେମାନେ କିଏ? 

ରାମାନନ୍ଦ ସାଗରଙ୍କ ଐତିହାସିକ ଶୋ’ ରାମାୟଣରେ ବଡ ବଡ କଳାକାରମାନେ ଅଭିନୟ କରିଥିଲେ। ପ୍ରତ୍ୟେକ କଳାକାରମାନେ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନରେ ଜାଗା କିଣିପାରିଥିଲେ। ଲକଡାଉନ କାରଣରୁ ପୁଣିଥରେ ଟେଲିଭିଜନରେ ରାମାୟଣ ଦେଖିବାକୁ ମିଳିଛି। ଅନେକ ବର୍ଷ ପରେ ପୁଣିଥରେ ଟେଲିଭିଜନରେ ରାମାୟଣ ପ୍ରସାରିତ ହେଉଥିବାରୁ ରାମ, ସୀତା ଏବଂ ରାବଣଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାର ନିଜ ନିଜ ପରିବାର ସଦସ୍ୟଙ୍କ ସହ ବସି ଏହି ଶୋ’ ଦେଖୁଛନ୍ତି। କିନ୍ତୁ ଏହିସବୁ ପରେ ରାମାୟଣ ସହ ଜଡିତ ଥିବା ଅନେକ କଳାକାର ଆଉ ଆଜି ଆମମାନଙ୍କ ମଧ୍ୟରେ ନାହାନ୍ତି। ତେବେ ଆସନ୍ତୁ ଜାଣିବା ରାମାୟଣର ସେହି କଳାକାରଙ୍କ ବିଷୟରେ ଯେଉଁମାନେ ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି।

ରାମାୟଣରେ ଦାରା ସିଂହ ହନୁମାନଙ୍କ ଚରିତ୍ରରେ ଏପରି ଅଭିନୟ କରିଥିଲେ ଯାହାଫଳରେ ସେ ସର୍ବଦା ଅମର ହୋଇ ହୋଇ ରହିଛନ୍ତି। ଦାରା ସିଂହଙ୍କ ପରେ ଅନେକ କଳାକାର ହନୁମାନଙ୍କ ଚରିତ୍ରରେ ଅଭିନୟ କରିଥିଲେ କିନ୍ତୁ ତାଙ୍କ ଭଳି ସୁନ୍ଦର ଅଭିନୟ କରୁଥିବା କଳାକାର ନାହାନ୍ତି। ଦାରା ସିଂହ ୧୨ ଜୁଲାଇ ୨୦୧୨ରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

hum

ରାମାୟଣରେ ସୁଗ୍ରୀବଙ୍କ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦରଙ୍କର ମଧ୍ୟ କିଛି ଦିନ ତଳେ ନିଧନ ହୋଇସାରିଛି।ତାଙ୍କର ମୃତ୍ୟୁ ପରେ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଶୋକ ପ୍ରକାଶ କରିବା ସହ ଅଭିନେତା ଅରୁଣ ଗୋଭିଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

mukesh

ରାମାୟଣରେ ମୁକେଶ ରାୱଲ ବିଭୀଷଣ ଚରିତ୍ରରେ ଅଭିନୟ କରିଥିଲେ। ମୁକେଶ ଅନେକ ହିନ୍ଦୀ ଏବଂ ଗୁଜୁରାଟୀ ଫିଲ୍ମରେ ଅଭିନୟ କରିଥିଲେ। ଦୁର୍ଭାଗ୍ୟବଶତଃ ଗତ ୧୫ ନଭେମ୍ବର ୨୦୧୬ରେ ମୁକେଶ ଟ୍ରେନ ତଳେ ଆସିଯାଇଥିଲେ। ମୁମ୍ବାଇ ସ୍ଥିତ କାନ୍ଦିୱଲୀ ରେଲୱେ ଟ୍ରାକରେ ପୋଲିସକୁ ମୁକେଶଙ୍କ ଶବ ମିଳିଥିଲା।

lalita

ରାମାୟଣରେ ମନ୍ଥରା ଭୂମିକାରେ ଅଭିନୟ କରିଥିବା ଲଳିତା ପୱାର ମଧ୍ୟ ୧୯୮୮ ମସିହା ଫେବୃଆରୀ ୨୪ ତାରିଖରେ ଦୁନିଆକୁ ଅଲବିଦା କହିଥିଲେ। ଲଳିତା ଅନେକ ଫିଲ୍ମରେ ନେଗେଟିଭି ଭୂମିକାରେ ଅଭିନୟ କରିଥିଲେ ମଧ୍ୟ ତାଙ୍କର ମନ୍ଥରା ଅଭିନୟ ଘରେ ଘରେ ଲୋକପ୍ରିୟ ହୋଇଥିଲା।

ବିଜୟ ଆରୋଡା ରାମାୟଣରେ ମେଘନାଦ ଇନ୍ଦ୍ରଜିତଙ୍କ ଚରିତ୍ରରେ ଅଭିନୟ କରିଥିଲେ। ସେ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଗତ ୨୦୦୭ ମସିହା ଫେବୃଆରୀ ୨ ତାରିଖରେ ତାଙ୍କର ନିଧନ ହୋଇଥିଲା।

jayshree

ରାମାୟଣରେ ମା କୌଶଲ୍ୟାଙ୍କ ଚରିତ୍ରରେ ଜୟଶ୍ରୀ ଗଡ଼କର ଅଭିନୟ କରିଥିଲେ। ସେ ଜଣେ ଲୋକପ୍ରିୟ ମରାଠୀ ଅଭିନେତ୍ରୀ ଥିଲେ। ୨୦୦୮ ମସିହା ଅଗଷ୍ଟ ୨୯ରେ ମଧ୍ୟ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

rdajda

ରାମାନନ୍ଦ ସାଗରଙ୍କ ଶୋ’ ରେ ରାଜା ଜନକଙ୍କ ଚରିତ୍ରରେ ଅଭିନେତା ମୁଲରାଜ ରାଜଦା ଅଭିନୟ କରିଥିଲେ। ସେ ଅନେକ ଗୁଜୁରାଟୀ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ସେ ଜଣେ ସୁଖ୍ୟାତ ଅଭିନେତା ସହ ଜଣେ ଲେଖକ ଏବଂ ନିର୍ଦେଶକ ମଧ୍ୟ। ୨୦୧୨ ମସିହା ସେପ୍ଟେମ୍ବର ୨୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.