Below header

FSSAIରେ ଖାଲିପଡିଛି ୩୦୦ରୁ ଅଧିକ ପଦବୀ, ଆବେଦନ କରିବାର ଶେଷ ତାରିଖ ୭ ନଭେମ୍ବର

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI)ରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏଠାରେ ଡାଇରେକ୍ଟର ଏବଂ ଅନ୍ୟ ପଦବୀରେ ଭର୍ତ୍ତି ପାଇଁ ଆମନ୍ତ୍ରିତ କରୁଛି। ଏଠାରେ ୩୦୦ରୁ ଅଧିକ ପଦବୀ ଖାଲି ପଡିଛି। ଇଚ୍ଛୁକ ପ୍ରାର୍ଥୀ ଏହି ପଦ ପାଇଁ FSSAIର ଅଫିସିଆଲ ୱେବସାଇଟ fssai.gov.inକୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଯୋଗ୍ୟତା ପଦବୀ ଅନୁସାରେ ଅଲଗା ଅଲଗା ରହିଛି। ଏହିସବୁ ପଦବୀରେ ଚୟନ ହେବାକୁ ଥିବା ପ୍ରାର୍ଥୀ ୭ମ ବେତନ ଆୟୋଗ ଅନୁଯାୟୀ ଦରମା ପାଇବେ।

ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, Fssai ନିର୍ଦ୍ଦେଶକ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ, ସହାୟକ ନିର୍ଦ୍ଦେଶକ, ବରିଷ୍ଠ ପ୍ରବନ୍ଧକ, ପ୍ରବନ୍ଧକ, ଉପ ପ୍ରବନ୍ଧକ ଏବଂ ପ୍ରଶାସନିକ ଅଧିକାରୀ ପଦବୀ ଖାଲିପଡିଛି।

ପଦବୀ ବିବରଣୀ: ୩୦୦

ଫୁଡ ଆନାଲିଷ୍ଟ: ୪

ଟେକ୍ନିକାଲ ଅଫିସର: ୧୨୫

କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଅଧିକାରୀ: ୩୭

ଆସିଷ୍ଟାଣ୍ଟ ମ୍ୟାନେଜର(ଆଇଟି): ୪

ଆସିଷ୍ଟାଣ୍ଟ ମ୍ୟାନେଜର: ୪

ଆସିଷ୍ଟାଣ୍ଟ: ୩୩

ହିନ୍ଦୀ ଅନୁବାଦନ: ୧

ପର୍ସନାଲ ଆସିଷ୍ଟାଣ୍ଟ: ୧୯

ଆଇଟି ଆସିଷ୍ଟାଣ୍ଟ: ୩

ଅନ୍ୟାନ୍ୟ ପଦବୀ: ୨୨୩

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନର ଶେଷ ତାରିଖ-୭ ନଭେମ୍ବର ୨୦୨୧

ହାର୍ଡ କପି ଜମା କରିବାର ଶେଷ ତାରିଖ-୧୮ ନଭେମ୍ବର,୨୦୨୧

ଶିକ୍ଷାଗତ ଯୋଗ୍ୟତା: ସବୁ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି।

ବୟସ ସୀମା: ସବୁ ପଦ ପାଇଁ ଅଲଗା ଅଲଭା ବୟସ ସୀମା ନିର୍ଦ୍ଧାରିତ କରାଯାଇଛି।

ଚାକିରି ସ୍ଥାନ: ନୂଆଦିଲ୍ଲୀ

ଚୟନ ପ୍ରକ୍ରିୟା: ଲିଖିତ ଓ ସାକ୍ଷାତକାର

ଏମିତି କରନ୍ତୁ ଆବେଦନ: ଅଫିସିଆଲ ୱେବ୍‌ସାଇଟ୍କୁ ଯାଇ ଆପଣ ଆବେଦନ କରିପାରିବେ। ଅଫଲାଇନ୍‌ରେ ଆବେଦନ କରିବା ପାଇଁ Assistant Director (HR), FSSAI, FDA Bhawan, Kotla Road New Delhi ଠିକଣାରେ ଫର୍ମ ପଠାନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://fssai.gov.in/[email protected]

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.