Below header

ଲକଡାଉନ ହେଲା ତ କ’ଣ ହେଲା, ଅକ୍ଷୟ ତୃତୀୟାରେ ଏମିତି କିଣନ୍ତୁ ସୁନା

ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ପେଟିଏମ ଅକ୍ଷୟ ତୃତୀୟା ଅବସରରେ ନୂଆ ଅଫର ଲଞ୍ଚ କରିଛି । ଏବେ ପେଟିଏମ ଜରିଆରେ ଲୋକ ଘରେ ବସି ସୁନା କିଣିପାରିବେ । କିନ୍ତୁ ସବୁଠାରୁ ଖାସ୍‍ କଥା ହେଲା, ସୁନା କିଣିବା ପରେ ୧୦୦ ପ୍ରତିଶତ ଗୋଲ୍ଡବ୍ୟାକ୍‍ ମିଳିବାର ଅଫର ରହିଛି । ପେଟିଏମ ଏମଏମଟିସି ସହିତ ବୁଝାମଣା କରିବା ପରେ ଗ୍ରାହକଙ୍କୁ ସୁନା କିଣିବାର ଅଫର ଦେଇଛି । ସୁନା କିଣିବାର କୌଣସି ସର୍ବନିମ୍ନ ଲିମିଟ ନାହିଁ ।

paytm-2

ଗତକାଲିଠାରୁ ଗ୍ରାହକ ପେଟିଏମ ଜରିଆରେ ଏହି ଅଫର ଫାଇଦା ମିଳୁଛି । ଏହାଛଡା ଭାଗ୍ୟଶାଳୀ ବ୍ୟକ୍ତି ୩୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ୧୦୦ % ଗୋଲ୍ଡବ୍ୟାକ ପାଇବାର ସୁଯୋଗ ରହିଛି । ଏହି ଅଫର କେବଳ ଆସନ୍ତା କାଲି ଅର୍ଥାତ ୨୬ ଏପ୍ରିଲ ପର୍ଯ୍ୟନ୍ତ ରହିଛି । ପେଟିଏମ ଆପ୍‍ ଜରିଆରେ ଲୋକ ୧ ଟଙ୍କାରେ ମଧ୍ୟ ସୁନା କିଣିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଲକଡାଉନ ସମୟରେ ପେଟିଏମ ଜରିଆରେ ଦେଶରେ ୯୦ କିଲୋଗ୍ରାମ ସୁନା ବିକି ରେକର୍ଡ କରିଛି । ପେଟିଏମରେ ୨୪ କ୍ୟାରେଟ ସୁନା କ୍ୱାଲିଟି ମିଳୁଛି । ଅକ୍ଷୟ ତୃତୀୟା ଭଳି ମହତ୍ୱପୂର୍ଣ୍ଣ ଦିନରେ ଲୋକମାନଙ୍କ ପାଖରେ ସୁନା ପହଞ୍ଚାଇବା ପାଇଁ ପେଟିଏମ ଭଳି ପ୍ରୟାସ କରିଛି ବୋଲି ପେଟିଏମର ପ୍ରବକ୍ତା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.