କମେଡି ସୋ”ରେ ଡେବ୍ୟୁ କରି କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ପ୍ରିନ୍ସ ୱିଲିୟମ

କରୋନା ଭାଇରସ ସହାୟତା ନେଇ ବିବିସି ଚ୍ୟାନେଲର “ଦ ବିଗ ନାଇଟ”ରେ ଯୋଗ ଦେଇଛନ୍ତି ପ୍ରିନ୍ସ ୱିଲିୟମ । କହି ରଖିବା ଉଚିତ ହେବକି, ପ୍ରିନ୍ସ ବିଲିୟମ ଏହି ସୋ’ ମାଧ୍ୟମରେ ଏକ କମିକ ଡେବ୍ୟୁ ଦେଇଛନ୍ତି । ଖବର ଅନୁଯାୟୀ ଦ୍ୟୁକ ଅଫ କେମ୍ବ୍ରିଜ ଷ୍ଟିଫେନ ଫ୍ରାଇ ସହ ମିଶି ଏକ ବ୍ଲାକ ଡ଼େଡ଼ର ସ୍କେଚରେ ଆକ୍ଟିଙ୍ଗ କରିଛନ୍ତି । ଏହି କମେଡି ସୋରେ ପ୍ରିନ୍ସ ବିଲିୟମ୍ସଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ସ୍କେଚ ଟିରେ ପ୍ରିନ୍ସ ୱିଲିୟମଙ୍କୁ ଷ୍ଟିଫେନ ଫ୍ରାଇଙ୍କ ସହ ଭିଡିଓ କଲ ଜରିଆରେ କଥା ହେଉଥିବାର ଦେଖାଯାଇଛି ।

prince

ଆଉ ସବୁଠୁ ମଜାଦାର ହେଉଛି ପ୍ରିନ୍ସ ୱିଲିୟମ ଏହି ସୋ’ରେ ନିଜର ମଜାକ ଉଡାଉଥିବା ନଜର ଆସିଥିବା ବେଳେ ରାଜ ପରିବାର ବିଷୟରେ ଅନେକ ମଜାଳିଆ କଥା ମଧ୍ୟ ସେୟାର କରିଛନ୍ତି । ଆଉ ସେ ନିଜ ହୋମସ୍କୁଲିଙ୍ଗ କଥା ବି ଏଠାରେ କହିଛନ୍ତି । ଖାଲି ସେତିକି ନୁହେଁ ଲର୍ଡ଼ ମେଳଚେଟଙ୍କ ସହ ଟିଭି ପରଦାରେ ଆସିଥିବାରୁ ସମସ୍ତଙ୍କୁ ଥ୍ୟାଙ୍କ ୟୁ ମଧ୍ୟ କହିଛନ୍ତି । ଏହାବାଦ ପ୍ରିନ୍ସ କହିଛନ୍ତିକି, ଆମେ ଏକ ଭଲ କାମ ପାଇଁ ଏପରି ଏକ ଉଦ୍ୟମ ଆରମ୍ଭ କରିଛୁ । ଏହି ଶୋ ମାଧ୍ୟମରେ କମା ଯାଇଥିବା ସମସ୍ତ ଅର୍ଥ କରୋନା ମହାମାରୀରେ ସଂକ୍ରମିତ ଶିଶୁ ତଥା ରୋଗୀଙ୍କ ଚିକିତ୍ସାରେ ହିଁ ଖର୍ଚ କରାଯିବ ।

ଏଥିରୁ ଆୟ ହୋଇଥିବା ସମସ୍ତ ଅର୍ଥ ରାଶିକୁ “ଚିଲ୍ଡ୍ରେନ ଇନ ନୀଡ ଏଣ୍ଡ କମିକ ରିଲିଫ ଫଣ୍ଡ”କୁ ଦାନ ଆକାରରେ ଦିଆଯିବ । ଏହି ଭିଡିଓଟି ୟୁଟ୍ୟୁବରେ ରେ ସେୟାର ହେବାର କିଛି ଘଣ୍ଟା ଭିତରେ ହିଁ ଖୁବ ଭାଇରାଲ ହୋଇଯାଇଥିଲା । ଭିଡିଓଟିକୁ ଏଯାବତ ୪୦,୦୦୦ରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୧୦୦ ରୁ ଅଧିକ କମେନ୍ଟ ମିଳିସାରିଲାଣି । ଷ୍ଟିଫେନ ଫ୍ରାଇ ପ୍ରିନ୍ସଙ୍କ ପ୍ରଶଂସା କରି କହିଛନ୍ତିକି, ସେଜଣେ ଜବରଦସ୍ତ ଅଭିନେତା । ସେ ଏହି ଖେଳ ଟିକୁ ଭଲ ଭାବେ ଖେଳିଛନ୍ତି । ଆଉ ମଧ୍ୟ ଲୋକ ମାନେ ବି କମେନ୍ଟ ଜରିଆରେ ପ୍ରିନ୍ସଙ୍କ ଖୁବ ପ୍ରସଂଶା କରିଛନ୍ତି ।

 

Leave A Reply

Your email address will not be published.