କରୋନା ସଂକ୍ରମିତ ସ୍ୱାମୀଙ୍କ ମୁହଁରେ ନିଆଁ ଦେଲେ ସ୍ତ୍ରୀ, ପାଖ ମାଡିଲେନି ବନ୍ଧୁ ପରିଜନ ଓ ସମ୍ପର୍କୀୟ

ଅଜଣା ଶତ୍ରୁ କରୋନା, ନେଇଯାଉଛି ଜୀବନ। ନିଜ ପ୍ରିୟଜନଙ୍କୁ ଛଡାଇ ନେଉଛି କରୋନା ଭାଇରସ। ଏହା ଏମିତି ଏକ ଭାଇରସ ଯିଏ ନିଜ ପ୍ରିୟଜନ ଏବଂ ସମ୍ପର୍କୀୟଙ୍କ ଠାରୁ ଅଲଗା କରି ଦେଉଛି। ମଣିଷ ପାଇଁ ଏହା ଠାରୁ ବଡ ଦୁଃଖ ଆଉ କଣ ହୋଇପାରେ, ଯେଉଁଠି ମୃତ୍ୟୁ ପରେ ନିଜ ବନ୍ଧୁ ପରିଜନ ପାଖ ମାଡିବେନି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ। ଯେଉଁଠି ଜଣେ କରୋନା ସଂକ୍ରମିତ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ହିଁ ତାଙ୍କ ମୁଖାଗ୍ନି ଦେଇଛନ୍ତି।

କରୋନା ସନ୍ଦିଗ୍ଧ ଅମିତ ଅଗ୍ରୱାଲ ଶୁକ୍ରବାର ଭୋପାଳ ହମିଦିୟା ହସ୍ପିଟାଲରେ ମୃତ୍ୟୁ ହୋଇଗଲା। ସେ ନିଜ ବାପାଙ୍କ ସହିତ ରାୟସେନରେ ଟିଫିନ ସେଣ୍ଟର ଚଲାଉଥିଲେ। ବୁଧବାର ଦିନ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମୃତକଙ୍କ ସ୍ତ୍ରୀ ଏକ ସହକାରୀ ବ୍ୟାଙ୍କରେ କାର୍ଯ୍ୟରତ। ସ୍ୱାମୀଙ୍କ ମୃତ୍ୟୁର ସୂଚନା ମିଳିବା ପରେ ସେ ନିଜେ ତାଙ୍କ ସ୍ୱାମୀଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତ୍ତି ନେଲେ। ସେ ଶବକୁ ଘରକୁ ନେବା ପାଇଁ ଅନୁମତି ମାଗିଲେ, କିନ୍ତୁ ହସ୍ପିଟାଲ କରୋନା ଯାଞ୍ଚ ପୂରା ନହେବା କାରଣରୁ ଅନୁମତି ଦେବା ପାଇଁ ମନା କରିଦେଲେ। ଏହାପରେ ସ୍ତ୍ରୀ ବର୍ଷା ନିଜର ଜଣେ ବାନ୍ଧବୀ ଏବଂ ତାଙ୍କ ବାପା ମିଶି ଶବକୁ ବିଶ୍ରାମ ଘାଟ ନେଇଗଲେ। ସେଠାରେ ସେ ନିଜ ସ୍ୱାମୀଙ୍କୁ ମୁଖାଗ୍ନି ଦେଇଛନ୍ତି। ବାସ୍ତବରେ କେବେ ଯିବ ଏ କରୋନା, କେତେ ଆଉ ମୃତ୍ୟୁର ତାଣ୍ଡବ ରଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.