Below header

ସଂସଦରେ ଉପସ୍ଥାପିତ ହେଲା ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ଫୋକସ୍ ମହିଳା ଓ ଗ୍ରାମାଞ୍ଚଳ

ସଂସଦରେ ଆଗତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆର୍ଥିକ ବଜେଟ। ବଜେଟରେ ଗ୍ରାମୀଣ ଭାରତକୁ ଫୋକସ କରିଛନ୍ତି କେନ୍ଦ୍ର ସରକାର। ଫୋକସରେ ଗାଁ, ଗରିବ ଓ କୃଷକ। ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୨ ସୁଦ୍ଧା ପ୍ରତ୍ୟେକ ଗ୍ରାମକୁ ବିଜୁଳି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଉଜ୍ଜ୍ୱଳା ଓ ସୌଭାଗ୍ୟ ଯୋଜନା ଦ୍ୱାରା ଦେଶରେ ଅନେକ ପରିବର୍ତ୍ତନ ହୋଇଛି। କୃଷି ଓ ବାଣିଜ୍ୟ କ୍ଷେତ୍ରରେ କ୍ରାନ୍ତି ଆଣିବାକୁ ବଜେଟରେ ଗୁରୁତ୍ୱ ଦେଇଛନ୍ତି ସରକାର। ସ୍କିଲ ଇଣ୍ଡିଆକୁ ଆହୁରି ସଶକ୍ତ କରାଯିବ। ଏଥିପାଇଁ ଦେଶରେ ଶହେଟି ନୂଆ କ୍ଲଷ୍ଟର ମାଧ୍ୟମରେ ୨୦ହଜାର ଲୋକଙ୍କ ଦକ୍ଷତା ବୃଦ୍ଧି କରାଯିବ। ଗଠନ ହେବ ୧୦ ହଜାର ନୂଆ କୃଷକ ଉତ୍ପାଦନ ସଂଘ ।

budget 2019 1

ସେହିପରି ଜଳ ସଂରକ୍ଷଣ, ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ । ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଦଳ ଯୋଗାଣ ଲକ୍ଷ୍ୟ ରଖାଯାଇଛି। ୨୦୨୨ସୁଦ୍ଧା ସମସ୍ତଙ୍କୁ ଘର ଯୋଗଇ ଦିଆଯିବ। ଶିକ୍ଷାର ମାନବୃଦ୍ଧି ପାଇଁ ପ୍ରଣୟନ ହେବ ନୂଆ ଶିକ୍ଷା ନୀତି। ଶିକ୍ଷା ନୀତି ପାଇଁ ଜାତୀୟ ଅନୁସନ୍ଧାନ କେନ୍ଦ୍ର ଗଠନ ହେବ। ଉଚ୍ଚଶିକ୍ଷା ପାଇଁ ସରକାର ୪ଶହ କୋଟି ଖର୍ଚ୍ଚ କରିବେ। ସମସ୍ତ ରେଳଷ୍ଟେସନର ଆଧୁନିକୀକରଣ କରାଯାଉଛି। ରେଳ ଯାତ୍ରୀଙ୍କ ପାଇଁ ଆଦର୍ଶ ଭଡ଼ା ଆଇନ ନିୟମ ପ୍ରଣୟନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.