ଟାଙ୍ଗି : ନିଖୋଜ ଯୁବକର ପୋଡ଼ା କଙ୍କାଳ ଉଦ୍ଧାର କଲା ପୋଲିସ୍‌

ଟାଙ୍ଗି (ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରିଆ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନିକଟରୁ ମିଳିଲା ପୋଡ଼ା କଙ୍କାଳ । ପାଖ ଜଙ୍ଗଲରୁ ପୋଲିସ୍‌ ଏହି କଙ୍କାଳ ଜବତ କରିଛି । ମୃତ ଯୁବକ ନୟାଗଡ଼ ଶରଣକୁଳ ଥାନା ଅଞ୍ଚଳର ରବି ପ୍ରଧାନ ବୋଲି ଜଣାପଡ଼ିଛି । ସେ ଗତ କିଛି ଦିନ ହେବ ନିଖୋଜ ଥିଲେ । ଅଭିଯୋଗ ହେବା ପରେ ପୋଲିସ୍‌ କେତେଜଣ ଯୁବକଙ୍କୁ ଗିରଫ କରି ପଚରା ଉଚରା କରିଥିଲା । ସେମାନଙ୍କ ଠାରୁ ସୂଚନା ପାଇ ଘଟଣା ସ୍ଥଳକୁ ଯାଇଥିଲା । ତେବେ କେଉଁ କାରଣରୁ ରବିଙ୍କୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ପୋଲିସ୍‌ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.