ବ୍ରହ୍ମପୁର:ଚୋରି ପଡିଲା ଭାରି, ଛାତରୁ ଡେଇଁ ଯୁବକ ଗୁରୁତର

ବ୍ରହ୍ମପୁର(କେନ୍ୟୁଜ୍):ବ୍ରହ୍ମପୁର ସହରର ଭୈରବୀ ନଗର ଦ୍ୱିତୀୟ ଲାଇନରେ ଜଣେ ବ୍ୟକ୍ତି ଚୋରି କରିବାକୁ ଯାଇଥିବା ବେଳେ ଛାତରୁ ଡେଉଁ ଗୁରୁତର ଆହାତ ହୋଇଛି । ରାଜକୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବାରୁ ସୁଯୋଗ ନେଇ ଜଣେ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଘରର ଗ୍ରୀଲ ଖୋଲି ଛାତ ଉପରକୁ ପଶି ଥିଲେ । ପରେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଘରକୁ ଆସିବା ପରେ କବାଟ ଖୋଲା ହୋଇଥିବା ଦେଖି କେହି ଘରେ ଥିବା ନେଇ ସନ୍ଦେହ କରିଥିଲେ ପରେ ଦେଖିବା ପରେ ଘରର ଛାତ ଉପରେ ଜଣେ ବ୍ୟକ୍ତି ଥିବା ଜାଣିବାକୁ ପାଇଥିଲେ ।

ଚୋରି କରିବାକୁ ଆସିଥିବା ବ୍ୟକ୍ତି ଜଣକ ଭୟରେ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ଆଜି ସକାଳୁ ଦେଖିବା ବେଳେ ଚୋରି କରିବାକୁ ଆସିଥିବା ବ୍ୟକ୍ତି ଜଣଙ୍କ ଘରର ପଛପଟେ ଗୁରୁତର ଅବସ୍ଥାରେ ପଡି ରହିଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ଲୋକଟିର ଦୁଇଟି ଗୋଡ ଭାଙ୍ଗି ଯାଇଥିଲା। ପରେ ଏନେଇ ସଦର ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଛି । ସେପଟେ ଚୋରି କରିବାକୁ ଆସିଥିବା ବ୍ୟକ୍ତି ଜଣକ ଭାବନୀପୁର ଅଞ୍ଚଳର ଭିକି ରାଉଳ ବୋଲି ଜଣାପଡିଛି । ପୋଲିସ ଭିକିକୁ ଗିରଫ କରି ଦତନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.