ଏବେ ଉତ୍ତରଖାତାରେ ଲାଗିବ ବାରକୋର୍ଡ, ଆଉ ରହିବନି ହଜିବାର ଭୟ

ପରୀକ୍ଷାରେ କପି ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଉତ୍ତର ପ୍ରଦେଶରେ ବୋର୍ଡ ପରୀକ୍ଷାରୁ ଯୋଗୁଁ ପ୍ରତିକେନ୍ଦ୍ରର ଗେଟ ଠାରୁ ଆରମ୍ଭ କରି କ୍ଲାସରୁମ୍‌ ପର୍ଯ୍ୟନ୍ତ କ୍ୟାମେରା ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଶ୍ୱବିଦ୍ୟାଳୟ ପରୀକ୍ଷାରେ କପିକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପରିବର୍ତ୍ତନ କରାଯାଉଛି।

exam

ଏଥିପାଇଁ ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରେ ନକଲ ରୋକିବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି। ନୂଆ ନିୟମ ଅନୁସାରେ, ଏହି ପରୀକ୍ଷାରେ ଏବେ ବାରକୋଡ ଥିବା ଉତ୍ତରଖାତା ମିଳିବ। ଏହି ବାରକୋଡ୍‌ରେ ଛାତ୍ର ଛାତ୍ରୀଙ୍କ ରୋଲ ନମ୍ବର ସହ କଲେଜ ଲିଙ୍କ୍‌ ମଧ୍ୟ ରହିବ। ଉତ୍ତରଖାତା ଭିତରେ ସିକ୍ରେଟ କୋଡ୍‌ ମଧ୍ୟ ପ୍ରିଣ୍ଟ ହୋଇଥିବ। ଏହି ସିଷ୍ଟମ ଫଳରେ ଉତ୍ତରଖାତା ଆଉ ବଦଳିଯାଇପାରିବ ନାହିଁ। ଯଦି ଏହା ହିଜଯାଏ ମଧ୍ୟ ଏହାକୁ ସହଜରେ ସନ୍ଧାନ କରାଯାଇପାରିବ। ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଯେଉଁ ଉତ୍ତରଖାତା ମିଳିବ, ସେଥିରେ ପୂର୍ବରୁ ଦୁଇଟି ଜାଗାରେ ବାରକୋଡ ପ୍ରିଣ୍ଟି ହୋଇଥିବ।

ଏହାସହ ପଢ଼ନ୍ତୁ ; HAL ରେ ନର୍ସ ଏବଂ ଫାର୍ମାସିଷ୍ଟ ପଦବୀ ଖାଲି, ଜଲଦି କରନ୍ତୁ ଆବେଦନ

ଏହି ବାରକୋଡରେ ଛାତ୍ରଛାତ୍ରୀଙ୍କର ସମସ୍ତ ବିବରଣୀ, ବର୍ଷ, କଲେଜ ଇତ୍ୟାଦି ରହିବ। ବାରକୋଡ ଥିବା ଉତ୍ତରଖାତା ଯୋଗୁଁ ବିଶ୍ୱବିଦ୍ୟାଳୟ କେନ୍ଦ୍ର ଏହିସବୁ ଖାତାକୁ ସିଧାସଳଖ ମୂଲ୍ୟାଙ୍କନ କେନ୍ଦ୍ରକୁ ପଠାଇପାରିବେ। ଏହାଯୋଗୁଁ ଖାତା ଦେଖିବା ଜଲଦି ହେବା ସହ ହଜିବା ଭୟ ମଧ୍ୟ ରହିବ ନାହିଁ।

Leave A Reply

Your email address will not be published.