ଆଜି ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକଙ୍କ ସହ ମୁହାଁମୁହିଁ ହେଲେ ବାଚସ୍ପତି, ଗୃହ କାର୍ଯ୍ୟ ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା

ଭୁବନେଶ୍ବର: ୪ ଦିନ ହେଲା ଚାଲିପାରୁନି ବିଧାନସଭା ପ୍ରଶ୍ନକାଳ। ଆଜି ଅଧିବେଶନର ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ହଟ୍ଟଗୋଳ କରିଥିଲେ। ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ଗୃହ କାର୍ଯ୍ୟ ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଅକ୍‌ଟୋବର ମାସ ଶେଷ ହେଲାଣି । ଧାନ ଅମଳ ସରିଥିଲେ ମଧ୍ୟ ସରକାର ବିକ୍ରି ନେଇ କୌଣସି ପଦକ୍ଷେପ ନେଉନାହାଁନ୍ତି। ଜିଲ୍ଲା ସ୍ତରରେ ଟୋକନ ବନ୍ଦ କରାଯାଇଛି। ରାଜ୍ୟ ସ୍ତରରେ କରାଯିବାକୁ ନିଷ୍ପତ୍ତି ହୋଇଛି। ବଲାଙ୍ଗିର ଜିଲ୍ଲାରେ କୋଣସି ଚାଷୀ ଟୋକନ ପାଇନାହାଁନ୍ତି। ଫଳରେ ମଣ୍ଡିରେ ବସ୍ତା ବସ୍ତା ଧାନ ପଡିରହିଛି। ଫଳରେ ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ବିକ୍ରେି କରୁଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

Leave A Reply

Your email address will not be published.