Below header

NTPC ରେ ଖାଲିପଡିଛି ମେଡିକାଲ ସ୍ପେଶାଲିଷ୍ଟ ଏବଂ ଆସିଷ୍ଟାଣ୍ଟ ଅଫିସର ପଦବୀ, ବିନା ପରୀକ୍ଷାରେ ମିଳିବ ଚାକିରି

Ntpc ରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଏନଟିପିସି ଅଧିନରେ ମେଡିକାଲ ସ୍ପେଶାଲିଷ୍ଟ ଏବଂ ଆସିଷ୍ଟାଣ୍ଟ ଅଫିସର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଏହି ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭାଗର ଅଫସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଷ୍ଟାଟସ ୱେବସାଇଟ @ntpc.co.in କୁ ଯାଇ ମଧ୍ୟ ଦେଖିପାରିବେ।

ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨ ସେପ୍ଟେମ୍ବର, ୨୦୨୧ ରହିଛି। ଆବେଦନ କରିବାକୁ ଇଚ୍ଛା ରଖିଥିବା ଅଭ୍ଯାର୍ଥୀ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆବେଦନ କରିନ୍ତୁ। ଅଧିକ ଜାଣିବା ପାଇଁ https://open.ntpccareers.net/2021_med_sps/ କ୍ଲିକ କରି ଆବେଦନ କରିପାରିବେ। ଏହାସହିତ ଅଧିକାରକ ନୋଟିଫିକେସନ ପଢିବା ପାଇଁ https://open.ntpccareers.net/2021_med_sps/index ଏଠାରେ କ୍ଲିକ କରିପାରିବେ।

ପଦବୀ ବିବରଣୀ: ୪୭

ମେଡିକାଲ ସ୍ପେଶାଲିଷ୍ଟ: ୨୭

ଆସିଷ୍ଟାଣ୍ଟ ସ୍ପେଶାଲିଷ୍ଟ ଅଫିସର( ଫାଇନାନ୍ସ): ୨୦

ବୟସ ସୀମା: ମେଡିକାଲ ସ୍ପେଶାଲିଷ୍ଟ ପାଇଁ ପ୍ରାର୍ଥୀଙ୍କ ବୟସ ୩୭ ବର୍ଷ ଏବଂ ଆସିଷ୍ଟାଣ୍ଟ ସ୍ପେଶାଲିଷ୍ଟ ଅଫିସର(ଫାଇନାନ୍ସ) ପାଇଁ ୩୦ ବର୍ଷ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ଏବଂ ଯୋଗ୍ଯ ଅଭ୍ଯାର୍ଥୀ ବିଭାଗର ଅଫିସିଆଲ ୱେବସାଇଟ @ntpc.co.inକୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.