ତୃତୀୟ ଲହରରେ ଦେଢ ଗୁଣ ଅଧିକ ହେବ ଶୀର୍ଷ ସଂକ୍ରମଣ, ପ୍ରସ୍ତୁତି ନେଇ ସବୁ ଜିଲ୍ଲାପାଳଙ୍କୁ ACSଙ୍କ ଚିଠି

ଭୁବନେଶ୍ବର(କେନ୍ଯୁଜ୍): ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଆକଳନ। ତୃତୀୟ ଲହରରେ ଦେଢ ଗୁଣ ଅଧିକ ହେବ ଶୀର୍ଷ ସଂକ୍ରମଣ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ପ୍ରତିଶତରୁ ଅଧିକ ରହିବ। ICU, ସାଧାରଣ ବେଡ୍‌ , ଅମ୍ଲଜାନ ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ତୃତୀୟ ଲହରରେ ଅଧିକ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି । ଦ୍ୱିତୀୟ ଲହର ସମୟରେ ମେ’୨୨ ତାରିଖରେ ସର୍ବାଧିକ ସଂକ୍ରମଣ ୧୨ ହଜାର ୮୫୨ଥିଲା। ସମ୍ଭାବ୍ୟ ତୃତୀୟ ଲହରରେ ସର୍ବାଧିକ ସଂକ୍ରମଣ ୧୯ ହଜାର ୨୭୮ରେ ପହଁଞ୍ଚିବ ପୂର୍ବାନୁମାନ କରିଛି ସ୍ୱାସ୍ଥ୍ୟ ବିଭାଗ। ଅର୍ଥାତ୍‌ ୩ୟ ଲହରର ସର୍ବାଧିକ ସଂକ୍ରମଣ ଦେଢ ଗୁଣା ଅଧିକ ରହିବ।

ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟବିଭାଗ ACS ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି । ୩ୟ ଲହରକୁ ଦୃଷ୍ଟିରେ ରଖି ଚିଠି ଲେଖିଲେ ACS । ଏମର୍ଜେନ୍ସି କୋଭିଡ ରେସ୍‌ପନ୍ସ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ। ସବୁ ଜିଲ୍ଲା ହସ୍ପିଟାଲରେ RTPCR ଓ ଆଣ୍ଟିଜେନ୍‌ କିଟ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ। RTPCR ଲ୍ୟାବ୍‌ ସହ ୮ ପ୍ରକାରର ଜରୁରୀ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିଶୁ ବିଭାଗରେ ଅକ୍ସିଜେନ୍‌, ୨୦ରୁ ୩୦ଟି ବେଡ୍‌ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ୧୨ଟି ବେଡ୍‌ ବିଶିଷ୍ଟ ICU ପ୍ରସ୍ତୁତ ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମସ୍ତ ହସ୍ପିଟାଲ ତୃତୀୟ ଲହର ପାଇଁ ପ୍ରସ୍ତୁତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.