ତେଜସ୍‌ ଏକ୍ସପ୍ରେସର ଦୁଇ ଘଣ୍ଟା ବିଳମ୍ବ ପଡ଼ିଲା ମହଙ୍ଗା, ଭରିବେ ସାଢ଼େ ଚାରି ଲକ୍ଷ ଟଙ୍କା

ଦ ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ ପକ୍ଷରୁ ନୂଆ ସୂଚନା। ଶନିବାର ଓ ରବିବାର ତେଜସ୍‌ ଏକ୍ସପ୍ରେସ ଫେରିଯିବା କାରଣରୁ ୨୦୩୫ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା। ଏଥିରେ ମୋଟ ୪.୫ ଲକ୍ଷ ଟଙ୍କାର ଟିକେଟ ବୁକ୍‌ ହୋଇଥିଲା। ଯାହାକୁ ଭରିବା ପାଇଁ ରେଳ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି।

ଅର୍ଥାତ ରେଳ ବିଭାଗ ଏବେ ସାଢ଼େ ଚାରିଲକ୍ଷ ଟଙ୍କା ସମସ୍ତ ଯାତ୍ରୀ ମାନଙ୍କୁ ଫେରାଇବ। ସୂଚନା ଅନୁଯାୟୀ, ଶନିବାର ପ୍ରବଳ ବର୍ଷା କାରଣରୁ ସିଗନାଲ ଫେଲ ହୋଇଯାଇଥିଲା, ଯାହା କାରଣରୁ ଟ୍ରେନ ଦୁଇ ଘଣ୍ଟା ବିଳମ୍ବରେ ଦିଲ୍ଲୀ ରେଲେଓ୍ଵ ଷ୍ଟେସନରେ ପହଞ୍ଚିଥିଲ।ା

irctcct
pc: navbharat times

ଏହାପରେ ରବିବାର ଦିନ ତେଜସ୍‌ ଏକ୍ସପ୍ରେସ ଏକ ଘଣ୍ଟା ବିଳମ୍ବରେ ଷ୍ଟେସନରେ ପହଞ୍ଚିଥିଲା । ତେଣୁ ରେଳ ବିଭାଗ ପ୍ରୋଟୋକଲ ଅନୁଯାୟୀ ଯାତ୍ରୀମାନଙ୍କୁ ସାଢ଼େ ଚାରି ଲକ୍ଷ ଟଙ୍କାର ଫାଇନ ଦେବାକୁ ପଡ଼ିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.