Below header

ଏଠାରେ ଖାଲିପଡିଛି ଟ୍ରେନି ସହିତ ଅନେକ ପଦବୀ, ମିଳିବ ୪୫ ହଜାର ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ

ନ୍ୟୁକ୍ଲିଅର ପାୱର କର୍ପୋରେସନ ଅଫ ଇଣ୍ଡିଆ ଲିମଡେଟ୍(NPCIL) ଖାଲିପଡିଛି ଅନେକ ପଦବୀ। ଯଦି ଆପଣ ଏଠାରେ ନିଯୁକ୍ତି ଚାହୁଁଛନ୍ତି, ତେବେ ଜଲଦି କରନ୍ତୁ ଆବେଦନ। ଆବେଦନ ପ୍ରକ୍ରିୟା ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇଯାଇଛି। ତେବେ ଜାଣିନିଅନ୍ତୁ, କେମିତି, କେଉଁଠି ଆଉ କିପରି କରିବେ ଆବେଦନ…

ପଦବୀ ବିବରଣୀ: ୨୦୬

Stipendiary Trainee (ST / TM) : ଅପରେଟର, ମେଣ୍ଟେନର, ଷ୍ଟୋନୋ ଏବଂ ଚାଳକ ସହ ପମ୍ପ ଅପରେଟର କମ୍ ଫାୟର ମ୍ୟାନ ।

ଗୁରୁତ୍ବପୂର୍ଣ୍ଣ ତାରିଖ: ଅନଲାଇନରେ ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୨୪ ନଭେମ୍ବର ରହିଛି।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ଅଧିକତମ ବୟସ୪୦ ବର୍ଷ ପର୍ଯ୍ୟନ୍ତ ରହିଛି।

KKNPP

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗତା ଏବଂ ଆଉ ଅଧିକ ବିବରଣୀ ବିଷୟରେ ଜାଣିବା ପାଇଁ ନୋଟିଫିକେସନ ନିଶ୍ଚିତ ପଢନ୍ତୁ। ଅଲଗା ଅଲଗା ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଅଲଗା ନିର୍ଦ୍ଧାରିତ କରାଯାଇଛି।

ଦରମା: ମାସକୁ ୧୬ ହଜାରୁ ଆରମ୍ଭ କରି ୪୪,୯୦୦ ଟଙ୍କା ପର୍ଯନ୍ତ ରହିଛି।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ୱେବସାଇଟ npcilcareers.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା: ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସ୍କିଲ ଟେଷ୍ଟ ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ …

https://npcilcareers.co.in/MainSite/default.aspx

https://npcilcareers.co.in/RAPS2020/documents/advt.pdf

https://npcilcareers.co.in/RAPS2020/candidate/Default.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.