Below header

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ: ଆକାଶ ଛୁଆଁ ସୁନା, ୬ ଦିନ ହେଲା ବଢିଚାଲିଛି ତୈଳ ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ। ବଢିଚାଲିଛି ପେଟ୍ରୋଲ ଓ ସୁନା ଦର। ୬ ଦିନ ହେଲା ବଢିଚାଲିଛି ତୈଳ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ୭୪ଟଙ୍କା ୭୫ ପଇସା ରହିଛି। ଡିଜେଲ ଦର ୭୩ ଟଙ୍କା ୮୪ ପଇସା ରହିଛି। ଜାନୁଆରୀ ୧ ତାରିଖରେ ପେଟ୍ରୋଲ ଦରରେ ୫୫ ଓ ଡିଜେଲରେ ୭୨ ପଇସା ବଢ଼ିଥିଲା । ପ୍ରତିଦିନ କିଛି କିଛି ବଢ଼ି ଏବେ ମୁମ୍ବାଇରେ ୮୧ ଟଙ୍କା ୨୮ ପଇସା ପହଁଚିଛି । ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

ଅପରପଟେ ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ସୁନାଦର ବୃଦ୍ଧି ପାଇଛି । ଏହାଫଳରେ ଭାରତୀୟ ବଜାରରେ ପଡିଛି । ସୁନା ଦରରେ ରେକର୍ଡ କାଳୀନ ବୃଦ୍ଧି ହୋଇଛି। ଗତକାଲି ସୁନାଦର ୧୦ ଗ୍ରାମ ପିଛା ୪୨ ହଜାର ଟଙ୍କା ଛୁଇଁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.