Below header

ତୈଳ ଦର ହ୍ରାସ ଆଶାରେ ଖାଉଟି, ରେକର୍ଡ ନିମ୍ନ ସ୍ତରରେ ଅଶୋଧିତ ତେଲ ଦାମ୍

କେନ୍ୟୁଜ୍: କମିପାରେ ତୈଳ ଦର। ଦର ହ୍ରାସ ଆଶାରେ ଖାଉଟି । ରେକର୍ଡ ନିମ୍ନ ସ୍ତରରେ ଅଶୋଧିତ ତେଲ ଦର । ଅଶୋଧିତ ତେଲ ଦର ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ସ୍ତରକୁ ଖସିଛି । ମାର୍ଚ୍ଚରେ ଏହା ବ୍ୟାରେଲ ପିଛା ୧୨୯ ଡଲାରରେ ବିକ୍ରି ହେଉଥିବାବେଳେ ବର୍ତ୍ତମାନ ୭୬ ଡଲାର ରହିଛି । ଇନ୍‌ଭେଷ୍ଟି ଡଟ୍‌ କମ୍‌ ରିପୋର୍ଟ ମୁତାବକ, ୨୦୨୧ ଡିସେମ୍ବର ୧ରେ ଅଶୋଧିତ ତେଲ ୬୮,୮୭ ଡଲାର ଥିଲା। ୨୦୨୨ ଡିସେମ୍ବରରେ ଏହା ୭୬,୧୦ ଡଲାର ସ୍ତରରେ ରହିଛି। ଗତ ଗୋଟିଏ ମାସରେ ଅଶୋଧିତ ତେଲ ଦର ପ୍ରାୟ ୨୦ ପ୍ରତିଶତ ଖସିଛି ।

ଅଶୋଧିତ ତେଲ ଦର ନିମ୍ନ ସ୍ତରକୁ ଖସିଥିବାରୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲର ରିଟେଲ ଦର ଖସିବା ନେଇ ଖାଉଟି ଆଶା ବାନ୍ଧି ରହିଛନ୍ତି । କାରଣ ତେଲର ରିଟେଲ ଦର ନିର୍ଦ୍ଧାରଣ ଅନ୍ତର୍ଜତୀୟ ବଜାର ସହ ସଂଯୋଗରଖୁଛି । ବ୍ୟାରେଲ ପିଛା ୭୭ ଡଲାର ଧରିଲେ ତେଲ ଦର ୧୩ରୁ ୧୪ ଟଙ୍କା ହ୍ରାସ ପାଇପାରେ ।ଗୋଟିଏ ବ୍ୟାରେଲ କିଣିବାକୁ ଭାରତୀୟ ମୁଦ୍ରାରେ ୬ ହଜାର ୩୬୪ ଟଙ୍କା ଦେବାକୁ ପଡୁଛି । ଅର୍ଥାତ ପ୍ରତି ଲିଟରକୁ ୩୯ ଟଙ୍କା ୩୯ ପଇସା ଦେବାକୁ ପଡୁଛି ।

ଏଥିରେ ଆମଦାନୀ ଶୁଳ୍କ, କେନ୍ଦ୍ର ସରକାରଙ୍କ ଉତ୍ପାଦନ ଶୁଳ୍କ, ଜିଏସଟି ଆଦିକୁ ମିଶାଇଲେ ଲିଟର ପିଛା ୮୯ ଟଙ୍କା ୭୫ ପଇସା ଦେବାକୁ ପଡିଥାନ୍ତା । ଭୁବନେଶ୍ୱରରେ ଖାଉଟି ଏବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୧୦୩.୩୭ ଟଙ୍କା ଓ ୯୪ .୮୬ ଟଙ୍କା ଦେଉଛନ୍ତି । ମେ ୨୨ ଠାରୁ ଦେଶରେ ତେଲ ଦର ଅପରିବର୍ତିତ ରହିଛି । ତେଲ କମ୍ପାନୀ ଗୁଡିକ ବିପୁଳ କ୍ଷତି ସହିବା ପରେ କ୍ଷତି ଭରଣା ନହେବା ଯାଏ ଲୋକଙ୍କୁ ଫାଇଦା ଦେବେନି ବୋଲି ବଜାର ବିଶେଷଜ୍ଞ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.