ଭାଉଜଙ୍କ ସହିତ ମସ୍ତି କରିବା ଈଶାନଙ୍କୁ ପଡିଲା ମହଙ୍ଗା, ଶାହିଦଙ୍କ ଉପସ୍ଥିତିରେ ଚାପୁଡା ମାରିଲେ ମୀରା

ବଲିଉଡ ଅଭିନେତା ଶାହିଦ କପୁର, ପତ୍ନୀ ମୀରା ରାଜପୁତ ଏବଂ ଭାଇ ଈଶାନ ଖଟ୍ଟରଙ୍କ ମଧ୍ୟରେ ବହୁତ ଘନିଷ୍ଠ ସମ୍ପର୍କ ରହିଛି। ସବୁବେଳେ ସୋସିଆଲ ମିଡିଆରେ ଏମାନେ ମଜାଦାର ଭିଡିଓ ଓ ଫଟୋ ସେୟାର କରିଥାନ୍ତି। ଏବେ ଶାହିଦ କପୁର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓରେ ଶାହିଦଙ୍କ ସହିତ ପତ୍ନୀ ମୀରା ଏବଂ ଦିଅର ଈଶାନ ଖଟ୍ଟର ନଜର ଆସିଛନ୍ତି। ଏହି ଭିଡିଓ ଦେଖିବାକୁ ପରେ ଫ୍ୟାନ୍ସ ଏହାକୁ ବେଶ୍‌ ପସନ୍ଦ କରିବା ସହିତ ପ୍ରଶଂସା କରୁଛନ୍ତି ।

ଶାହିଦ କପୁର ଭିଡିଓରେ ପତ୍ନୀ ମୀରା ଏବଂ ଭାଇ ଈଶାନଙ୍କ ସହିତ ଏକ ସିନ୍‌ ପାଇଁ ଆକ୍ଟିଂ କରୁଥିବା ଦେଖିବାକୁ ମିଳିଛନ୍ତି। ଆମିର ଖାନଙ୍କ ଫିଲ୍ମ ଦିଲ ଚାହାତା ହୈର ଆଇକନିକ ସିନ୍‌ ଏମାନେ କରୁଛନ୍ତି। ଯେଉଁ ସିନରେ ସୈଫ ଅଲ୍ଲୀ ଖାନ ଆମିର ଖାନଙ୍କୁ ପୁରୁଷତ୍ୱ ଉପରେ ଟିପ୍ସ ଦେଉଛନ୍ତି। ଆଉ ଗାର୍ଲଫ୍ରେଣ୍ଡ ସହିତ କେମିତି ଡେଟ୍‌କୁ ଯିବେ ତାହା କହୁଛନ୍ତି ।ଏହି ସିନରେ ଶାହିଦ, ମୀରା ଏବଂ ଈଶାନ ଲିପସିଂ କରି କରୁଛନ୍ତି। ୩ ଜଣଙ୍କର ହଟକେ ଅନ୍ଦାଜ ଦେଖିବାକୁ ମିଳିଛି। ଭିଡିଓକୁ ମଜାଦାର ଅନ୍ଦାଜରେ କରାଯାଇଥିବା ବେଳ ଈଶାନ ଭାଉଜ ମୀରାଙ୍କ ହାତରେ ଚାପୁଡା ମଧ୍ୟ ଖାଇଛନ୍ତି ।

ଭିଡିଓ ସେୟାର କରି ଶାହିଦ ଲେଖିଛନ୍ତି- ‘ ଦିଲ କ୍ୟା ଚାହାତା ହୈ ?

 

View this post on Instagram

 

A post shared by Shahid Kapoor (@shahidkapoor)

ଭିଡିଓରେ ଈଶାନ ସୈଫଙ୍କ ଅନ୍ଦାଜରେ କହୁଥିବା ବେଳେ ଗାର୍ଲଫ୍ରେଣ୍ଡ ଅନ୍ଦାଜରେ ମୀରା ଈଶାନଙ୍କୁ ରାଗୁଛନ୍ତି। ଏହା ପରେ ମୀରା ଙ୍କ ଆଗରେ ଈଶାନ ବେଶି କିଛି କହୁନାହାନ୍ତି। ଏହାକୁ ନେଇ ଶାହିଦ ଈଶାନଙ୍କୁ ପରାମର୍ଶ ଦେଉଛନ୍ତି । ତେବେ ଶାହିଦଙ୍କ କଥା ଶୁଣିବା ପରେ ଈଶାନ କବୀର ସିଂଙ୍କ ଅନ୍ଦାଜରେ ମୀରାଙ୍କ ପାଖକୁ ପହଞ୍ଚୁଛନ୍ତି, ତେବେ ମୀରା ଚାପୁଡା ମାରି ଈଶାନଙ୍କୁ ଚୁପ୍‌ କରି ଦେଉଛନ୍ତି । ମୀରା କହୁଛନ୍ତି- ଈଶାନ ହୁଏ ନାହିଁ, ମୁଁ ତୁମ ଚେହେରା ଦେଖିବାକୁ ପସନ୍ଦ କରୁନି। ବାହାରି ଯାଅ, ଏହାପରେ ଚାପୁଡା ମାରୁଛନ୍ତି । ଏହା ପରେ ତିନି ଜଣ ଯାକ ହସିବାକୁ ଲାଗୁଛନ୍ତି ।

ଏହି ଭିଡିଓକୁ ଫ୍ୟାନ୍ସ ବହୁତ ଲାଇକ କରୁଛନ୍ତି। କମେଣ୍ଟ ସେକ୍ସସନରେ ଫ୍ୟାନ୍ସ ହସୁଥିବା ଇମୋଜୀରେ ନିଜର ରିଆକ୍ସନ ଦେଉଛନ୍ତି । କ୍ରତି ସାନନଙ୍କ ଠାରୁ ଆରମ୍ଭ କରି ଅନେକ ବଲିଉଡ ସେଲିବ୍ରିଟି ଏବଂ ୟୁଜର୍ସ କମେଣ୍ଟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.