ପୃଥିବୀକୁ ଫେରିଲା ଐତିହାସିକ ଆର୍ଟିମିସ୍‌ -୧ ମିଶନ: ୪୦ ହଜାର କି.ମି ବେଗରେ ପ୍ରଶାନ୍ତ ମହାସାଗରରେ ପଡ଼ିଲା ଓରିଅନ୍‌ କ୍ୟାପସୁଲ୍‌

କେନ୍ୟୁଜ୍: ଐତିହାସିକ ଆର୍ଟିମିସ୍‌ -୧ ମିଶନ । ନାସାର ଚନ୍ଦ୍ର ଅଭିଯାନ ଶେଷ । ପ୍ରଶାନ୍ତ ମହାସାଗରରେ ପଡ଼ିଲା ମହାକାଶଯାନ । ରାତି ପ୍ରାୟ ୧୧ଟା ୧୦ ମିନିଟରେ ଓରିଅନ୍‌ ସ୍ପେସ୍କ୍ରାଫ୍ଟ ପୃଥିବୀକୁ ଫେରିଛି । ଚନ୍ଦ୍ରରୁ ପୃଥିବୀକୁ ଫେରିଛି ଆର୍ଟେମିସ୍‌-ଓ୍ଵାନ୍‌ । ପ୍ରଶାନ୍ତ ମହାସାଗରରେ ପଡ଼ିଲା ଓରିଅନ୍‌ କ୍ୟାପସୁଲ୍‌ । ୪୦ ହଜାର କିମି ବେଗରେ ପୃଥିବୀ ଭିତରକୁ ପ୍ରବେଶ କରିଥିଲା ।

ନାସାର ଆର୍ଟେମିସ୍‌ ଓ୍ଵାନ୍‌ ମୁନ୍‌ ମିସନ୍‌ ନଭେମ୍ବର ୧୬ରେ ଅନ୍ତରୀକ୍ଷକୁ ଯାତ୍ରା ଆରମ୍ଭ କରିଥିଲା । ନଭେମ୍ବର ୨୫ରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଥିଲା ଓରିଅନ୍‌ । ଡିସେମ୍ବର ୧ରେ କକ୍ଷପଥରୁ ବାହାରକୁ ଆସିଥିଲା। ନାସାର ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍‌ ରକେଟ୍‌ରେ ଲାଗିଥିବା କ୍ୟାମେରା ଏବଂ ଓରିଅନ୍‌ର ଆଭ୍ୟନ୍ତରୀଣ କ୍ୟାମେରା ଚନ୍ଦ୍ରର ଅତି ନିକଟରୁ ଚିତ୍ର ପଠାଇଛି ।

ଓରିଅନ୍‌ ଏକମାତ୍ର ଅନ୍ତରୀକ୍ଷ ଯାନ ଯିଏ ମଣିଷକୁ ଅନ୍ତରୀକ୍ଷକୁ ନେଇ ପୁଣି ପୃଥିବୀ ପୃଷ୍ଠକୁ ଫେରାଇ ଆଣିପାରିବ । ୨୦୨୪ରେ ରହିଛି ନାସାର ଆର୍ଟେମିସ୍‌ -୨ ମିସନ୍‌ । ଅନ୍ୟପଟେ ନାସା ଟିମକୁ ପ୍ରଶଂସା କରିଛନ୍ତି କମଲା ହାରିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.