RBI ରେ ଚାକିରି କରିବାର ସୁଯୋଗ ହାତଛଡା କରନ୍ତୁ ନାହିଁ, ଆଜି ହିଁ କରନ୍ତୁ ଆବେଦନ

ରିଜର୍ଭ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ପୂର୍ବରୁ ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୧୭ ଏପ୍ରିଲ ଥିଲା କିନ୍ତୁ ଲକଡାଉନ ଯୋଗୁଁ ଏହାର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଜି ହେଉଛି ଆବେଦନ କରିବାର ଶେଷ ତାରିଖ।

44

ପଦବୀ ନାମ : କନସଲେଣ୍ଟ, ସ୍ପେଶାଲିଷ୍ଟ ଏବଂ ଏନାଲିଷ୍ଟ

ପବଦୀ ସଂଖ୍ୟା : ୩୯

ବୟସ ସୀମା : ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରିତ କରାଯାଇଛି।

ଆବେଦନ କରିବାର ପ୍ରକ୍ରିୟା : ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆରବିଆଇର ଅଫିସିଆଲ େଓ୍ଵବସାଇଟ rbi.org.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଆଜି ରାତି ୧୨ଟା ପର୍ଯ୍ୟନ୍ତ ରହିଛି।

ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଏବଂ ସର୍ଟଲିଷ୍ଟ (ସ୍କ୍ରିନିଂ) ଜରିଆରେ କରାଯିବ। ଅଧିକ ବିବରଣୀ ପାଇଁ ଆରବିଆଇର ଅଫଇସିଆଲ େଓ୍ଵବସାଇଟକୁ ଯାଇ ଲିଙ୍କରେ କ୍ଲିକ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.