Below header

ବଲାଙ୍ଗୀର: ଭୁଶୁଡ଼ି ପଡ଼ିଲା ୫ ବର୍ଷ ତଳର ପୋଲ, ୨ ଜଣଙ୍କ ମୃତ୍ୟୁ ଓ ଅନେକ ଆହତ

ବଲାଙ୍ଗୀର:  ବଲାଙ୍ଗୀର ଜିଲ୍ଲା ସ୍ଥିତ ସୁକତେଲ ନଦୀ ପୋଲ ଆଜି ଭୁଶୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ମାନଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରିନାହିଁ । ମୃତକ ଦୁଇ ଜଣ ହେଲେ ମନିଷ କସୁଆ ଓ ତପୁ କସୁଆ । ଉଭୟଙ୍କ ଘର ମଧ୍ୟପ୍ରଦେଶରେ ବୋଲି ସୂଚନା ମିଳିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ  ବଲାଙ୍ଗୀର ସ୍ଥିତ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

BRIDGE-1

ପାଟଣାଗଡ଼ ଅଂଚଳର ତନିଆ ନିକଟରେ ପୋଲ ଭୁଶୁଡ଼ିଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଏହି ପୋଲର ଅଧିକାଂଶ ସ୍ଥାନ ଦବି ଥିବା ନେଇ ଅଭିଯୋଗ ଆସିଥିଲା । ରିପୋର୍ଟ ଅନୁଯାୟୀ ୫ ବର୍ଷ ତଳେ ଏହି ବ୍ରିଜଟି ନିର୍ମାଣ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.