Below header

ମାଲକାନଗିରି ସୀମାନ୍ତ ନାରାୟଣପୁର ଜଙ୍ଗଲରେ ପୋଲିସ ଏନକାଉଣ୍ଟର, ଜଣେ ମହିଳା ମାଓବାଦୀ ମୃତ

ମାଲକାନଗିରି: ପୋଲିସ ଗୁଳିରେ ମହିଳା ମାଓବାଦୀ ମୃତ । ମାଲକାନଗିରି ସୀମାନ୍ତ ଛତିଶଗଡ ନାରାୟଣପୁର କଡେନାର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଥିଲା । ଏଥିରେ ମହିଳା ମାଓବାଦୀର ମୃତ୍ୟୁ ହୋଇଛି । ଗୁଳି ବିନିମୟରେ ଦୁଇ ଯବାନ ଗୁରୁତର ହୋଇଛନ୍ତି ।

ଜଣେ ଡିସ୍‌ଟ୍ରିକ୍ଟ ରିଜର୍ଭ ଗାର୍ଡର ହୋଇଥିବା ବେଳେ ଅନ୍ୟ ଜଣେ ଛତିଶଗଡ ଆର୍ମଡ୍‌ ଫୋର୍ସର ଯବାନ । ଆଇଇଡି ବ୍ଲାଷ୍ଟ ଯୋଗୁ ଏମାନେ ଆହତ ହୋଇଥିବା ଜଣାପଡ଼ିଛି । ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଖବରପାଇ ପୋଲିସ ଅପରେସନ ଆରମ୍ଭ କରିଥିଲା । ଘଟଣାସ୍ଥଳରୁ ଗୋଟିଏ SLR, ଗୋଟିଏ ଥ୍ରୀ ନଟ୍‌ ଥ୍ରୀ ବନ୍ଧୁକ ଏବଂ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.