Below header

ଭଦ୍ରକରେ ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ ଗାଇଡ଼ଲାଇନ

ଭଦ୍ରକ: ଭଦ୍ରକରେ ଖୋଲିବ ଅଣ ଅତ୍ୟାବଶ୍ୟକ ଦୋକାନ । ସର୍ତ୍ତମୂଳକ ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି । ଭଦ୍ରକ ମୁନିସିପାଲଟିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । କିନ୍ତୁ ବାସୁଦେବପୁର, ଚାନ୍ଦବାଲି, ଧାମନଗର ମୁନସିପାଲଟି ଅଞ୍ଚଳରେ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ ଦୋକାନ । ଏସବୁ ଅଞ୍ଚଳରେ ମାତ୍ର ୬ ଘଣ୍ଟା ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଦୋକାନରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ । ଏହା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହା ସହ ଇଲେକ୍ଟ୍ରିସିଆନ୍‌, ମୋଟର ମେକାନିକ୍‌ ଆଦି କାମ ଜାରି ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌ କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.