Below header

ମାଙ୍କଡ଼ଙ୍କଠାରେ ସଫଳ ହେଲା କରୋନା ଭ୍ୟାକ୍ସିନ, ଅତିଶୀଘ୍ର ହ୍ୟୁମ୍ୟାନ ଟ୍ରାଏଲ ଆରମ୍ଭ କରିବ ଅକ୍ସଫୋର୍ଡ

ସାରା ବିଶ୍ଵର ବୈଜ୍ଞାନିକ ଏବଂ ଗବେଷକମାନେ କରୋନା ଭାଇରସ୍ ବିରୁଦ୍ଧରେ ଲଢ଼ିବା ପାଇଁ ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ଯଦିଓ ଅନେକ ଦେଶ ଏହି ଟିକା ବନାଇଥିବା ନେଇ ଦାବି କରିଆସୁଛନ୍ତି କିନ୍ତୁ ବଜାରକୁ ଆସିବା ପୂର୍ବରୁ ଏହି ଟିକାକୁ ଅନେକ ପରୀକ୍ଷା ଦେଇ ଗତି କରିବାକୁ ପଡିବ । ତା’ପରେ ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ତେବେ ଏହି ପରିପ୍ରେକ୍ଷୀରେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଦ୍ରୁତଗତିରେ ନିଜର କାର୍ଯ୍ୟ ଜାରି ରଖିଛି । ଗତ ସପ୍ତାହରେ ବିଶ୍ୱବିଦ୍ୟାଳୟର ଜେନେର୍ ଇନଷ୍ଟିଚ୍ୟୁଟ୍ କରୋନା ଭ୍ୟାକ୍ସିନର ହ୍ୟୁମ୍ୟାନ ଟ୍ରାଏଲ ଆରମ୍ଭ କରିଦେଇଛି । ତେବେ ଏହା ମଧ୍ୟରେ ଅନୁଷ୍ଠାନର ରେସୁସ୍ ମାକାକ୍ ମାଙ୍କଡ଼ ଉପରେ ଏକ ଟିକା ପରୀକ୍ଷା କରାଯାଇଥିଲା ଯାହାର ଫଳାଫଳ ଆସିଛି । ଭ୍ୟାକ୍ସିନ୍ ‘ChAdOx1 nCoV-19’ ମାଙ୍କଡମାନଙ୍କୁ କରୋନା ଜୀବାଣୁ ବିରୋଧରେ ଲଢ଼ିବା ପାଇଁ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି ।

mmo

ସୂଚନା ଅନୁଯାୟୀ ଅକ୍ସଫୋର୍ଡ ୟୁନିଭରସିଟି ମାର୍ଚ୍ଚ ମାସରେ ମୋଣ୍ଟାନାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ରକି ମାଉଣ୍ଟେନ୍ ଲ୍ୟାବରେ 6 ଟି ମାଙ୍କଡ ଉପରେ ଏହାର ଟିକା ପରୀକ୍ଷା କରିଥିଲା । ଏହା ପରେ ମାଙ୍କଡମାନଙ୍କୁ ବହୁ ପରିମାଣରେ କରୋନା ଜୀବାଣୁ ଦିଆଯାଇଥିଲା । ଆଉ ତାପରେ ଅନ୍ୟ କେତେକ ମାଙ୍କଡ ମଧ୍ୟ କରୋନା ଜୀବାଣୁ ସଂସ୍ପର୍ଶରେ ଆସିଥିଲେ କିନ୍ତୁ ଟିକା ଦିଆଯାଇଥିବା ମାଙ୍କଡ଼ମାନେ ପ୍ରାୟ ଚାରି ସପ୍ତାହ ପରେ ମଧ୍ୟ ବହୁତ ସୁସ୍ଥ ଥିବା ଦେଖାଯାଇଥିଲା ।

ଗବେଷଣାରେ ଜଡିତ ଥିବା ଭିନ୍ସେଣ୍ଟ ମନଷ୍ଟର କହିଛନ୍ତି ଯେ ଟିକା ପରୀକ୍ଷା ହେବାର 28 ଦିନ ପରେ ମଧ୍ୟ ସମସ୍ତ 6 ଟି ମାଙ୍କଡ଼ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଅନ୍ୟ ମାଙ୍କଡମାନେ ଅସୁସ୍ଥ ହୋଇପଡିଥିଲେ । ତାଙ୍କ କହିବା ଅନୁଯାୟୀ ଗବେଷଣାରେ ସାମିଲ ଥିବା ରେସୁସ୍ ମାକାକ୍ ମାଙ୍କଡ଼ ମନୁଷ୍ୟର ସବୁଠାରୁ ନିକଟତର ଅଟନ୍ତି । ମାଙ୍କଡମାନଙ୍କ ଠାରେ କରୋନା ଜୀବାଣୁଙ୍କ ପ୍ରତି ରୋଗ ପ୍ରତିରୋଧକ ଶକ୍ତିର ବିକାଶ ଅର୍ଥ ମନୁଷ୍ୟର ପ୍ରତିରକ୍ଷା ବିକଶିତ ହେବା ନେଇ ଶତପ୍ରତିଶତ ଗ୍ୟାରେଣ୍ଟିନାହିଁ । ଏହି ଫଳାଫଳଗୁଡ଼ିକ କେବଳ ଅକ୍ସଫୋର୍ଡ ୟୁନିଭରସିଟି ଟିକା ପରୀକ୍ଷାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବାକୁ ଉତ୍ସାହିତ କରିବ ।

monkey

ସୂଚନା ଅନୁଯାୟୀ ସେପ୍ଟେମ୍ବର ସୁଦ୍ଧା ଏହି ଟିକାର କିଛି ଲକ୍ଷ ଡୋଜ ବଜାରରେ ଉପଲବ୍ଧ ହେବ । ଯାହାକି ଅନ୍ୟ ଦେଶ ତୁଳନାରେ କିଛି ମାସ ପୂର୍ବରୁ ହେବ । ତଥାପି, ଏହି ଟିକା ମାନବ ପରୀକ୍ଷଣରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହେବବୋଲି ଆଶା କରାଯାଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଟିକା ଉତ୍ପାଦନ ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦର୍ଶ ପୁନାୱାଲା କହିଛନ୍ତି ଯେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା କୋଭିଡ -19 ଟିକା ବଜାରକୁ ଆସିବ ବୋଲି ଆମେ ଆଶା କରୁଛୁ । ଆସନ୍ତା ଦୁଇ ତିନି ସପ୍ତାହ ମଧ୍ୟରେ ଆମେ ଏହି ଟିକା ପରୀକ୍ଷା କରିବା ଆରମ୍ଭ କରିବୁ । ପ୍ରଥମ ଛଅ ମାସରେ ଉତ୍ପାଦନ କ୍ଷମତା ମାସକୁ 50 ଲକ୍ଷ ଡୋଜ ହେବ । ଏହା ପରେ ଆମେ ଉତ୍ପାଦନ କ୍ଷମତା ବଢ଼ାଇ ମାସକୁ ଏକାକୋଟି ଡୋଜ ପର୍ଯ୍ୟନ୍ତ ବୃଦ୍ଧି କରିବୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.