ଚାନ୍ଦବାଲିରେ ରାଜ୍ୟ ବାହାରୁ ଫେରିବାକୁ ଥିବା ଲୋକଙ୍କ ପାଇଁ ଉଚ୍ଚସ୍ତରୀୟ ବୈଠକ

ଚାନ୍ଦବାଲି (କେ ନ୍ୟୁଜ): ଲକ ଡାଉନ କଟକଣା କୋହଳ ହେଲା ପରେ ରାଜ୍ୟ ବାହାରେ ଫସି ରହିଥିବା ହଜାର ହଜାର ଶ୍ରମିକ ଓଡିଶାକୁ ଫେରିବେ । ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି ପଞ୍ଚାୟତକୁ ମଧ୍ୟ ଶତାଧିକ ଲୋକ ମଧ୍ୟ ଫେରିବେ । ବର୍ତ୍ତମାନ ସୁଦ୍ଧା 3 ଶହରୁ ଅଧିକ ଲୋକ ଫେରିବା ପାଇଁ ପଞ୍ଜିକରଣ କରିପାରିଛନ୍ତି । ତେଣୁ ସେମାନଙ୍କୁ ନେଇ ଚିନ୍ତାରେ ପଞ୍ଚାୟତବାସୀ । ରାଜ୍ୟ ବାହାରୁ ଆସିବାକୁ ଥିବା ଲୋକମାନଙ୍କୁ କିପରି ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯିବ ସେମାନଙ୍କୁ କିପରି ଅଧିକ ସଚେତନ କରାଯିବ ଓ ଗାଁ ମାନଙ୍କରେ ସାମାଜିକ ଦୂରତାକୁ ମାନିଚଳିବା ଆଦି ପ୍ରସଙ୍ଗରେ ଆରଡି ପଞ୍ଚାୟତ ସରପଞ୍ଚ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଆରଡି ଫାଣ୍ଡି ଅଧିକାରୀ ଓ ଓଡ ମେମ୍ବରଙ୍କ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ସମସ୍ତେ ସଜାଗ ରହି ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ମାନିବାକୁ କାର୍ଯ୍ୟ କରିବାକୁ ସରପଞ୍ଚ ନିବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.