ଜଣେ ଭଲ ଅଭିନେତାଙ୍କୁ ହରାଇଲା ବଲିଉଡ, ଚାଲିଗଲେ ଅଭିନେତା ଇରଫାନ ଖାନ

ବଲିଉଡ୍ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ଆଜି ହୋଇଛି। ହଠାତ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମଙ୍ଗଳବାର ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ପେଟ ଓ ମଳାଶୟ ସଂକ୍ରମଣ ଯୋଗୁ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଥିଲା।  ନିର୍ଦ୍ଦେଶକ ସୁଜିତ ସରକାର ଟ୍ଵିଟ କରି ସୂଚନା ଦେଇଛନ୍ତି। ପ୍ରକାଶଥାଉ କି, ପୂର୍ବରୁ ସେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ଯୋଗୁ ବିଦେଶରେ ଚିକିତ୍ସିତ ହୋଇ ଫେରିଥିଲେ। ଗତ ଶନିବାର ସେ ତାଙ୍କ ମା’ ସଇଦା ବେଗମ୍(୯୫) ଙ୍କୁ ହରାଇଥିଲେ।