ଆଜି ସନ୍ଧ୍ୟା ୬ଟାରେ ଯାଜପୁରରୁ ହଟିବ କଣ୍ଟେନ୍‌ମେଣ୍ଟ କଟକଣା

ଯାଜପୁର ଟାଉନ : ଆଜି ସନ୍ଧ୍ୟା ୬ଟାରେ ଯାଜପୁରରୁ ହଟିବ କଣ୍ଟେନ୍‌ମେଣ୍ଟ । ଜିଲ୍ଲାର ଗୋଟିଏ ପୌରାଞ୍ଚଳ ଓ ୫ଟି ବ୍ଲକ୍‌ରୁ ହଟିବ କଟକଣା । ତେବେ ଗୋବିନ୍ଦପୁର ଗାଁରେ ମେ’ ୧୮ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ମାତ୍ର ଜଣେ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି । ୧୮ଜଣ ଆକ୍ରାନ୍ତ କୋଲକାତା ଫେରନ୍ତା ହୋଇଥିବାରୁ ସେମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ସମସ୍ତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ।

ଏଯାଏ ଜିଲ୍ଲାରେ ୧୨୦୦ କୋଲକାତା ଫେରନ୍ତା ଚିହ୍ନଟ ହୋଇଛନ୍ତି ।  ସେପଟେ ମେ’ ୩ରେ ଲକ୍‌ଡାଉନ୍‌ ଖୋଲିବା ପରେ ରାଜ୍ୟ ବାହାରୁ ଯାଜପୁର ଫେରିବାକୁ ରେଜିଷ୍ଟ୍ରେସନ୍‌ କଲେଣି ୨୮ ହଜାର । ସେମାନଙ୍କ ପାଇଁ ୪୩୬ଟି କ୍ୱାରେଣ୍ଟାଇନ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଗକୁ ଆହୁରି କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.