Below header

ରେନୋ ଇଣ୍ଡିଆର ନୂଆ ଏଡିସନ KWID NEOTECH ଲଞ୍ଚ, ମିଳୁଛି ଦମଦାର ଫିଚର୍ସ

ରେନୋ ଇଣ୍ଡିଆ ପକ୍ଷରୁ କ୍ବିଡ୍ର ନୂଆ KWID NEOTECH ଏଡିସନ୍କୁ ଉନ୍ମୋଚନ କରାଯାଇଛି। କ୍ବିଡ୍ ୦.୮ଏଲ୍ ଏମ୍ଟି, ୧.୦ଏଲ୍ ଏମ୍ଟି ଓ ୧.୦ଏଲ୍ ଏଏମ୍ଟି ଭାରିଆଣ୍ଟ୍ରେ ଏହି ଏଡିସନ୍ ଆସିଛି। ଏହି ଏଡିସନ୍ର କ୍ବିଡ୍ ଜାନ୍ସକାର୍ ବ୍ଲୁ ବଡି ସହିତ ସିଲ୍ଭର୍ ରୁଫ୍ ଓ ସିଲଭର୍ ବଡି ସହିତ ଜାନ୍ସକାର୍ ବ୍ଲୁ ରୁଫ୍ ଭଳି ଦୁଇ ପ୍ରକାର ରଙ୍ଗ ମିଶ୍ରଣରେ ମିଳିବ। କିନ୍ତୁ ଏହି ମଡେଲ୍ ମୂଲ୍ୟରେ ୩୦ ହଜାର ଟଙ୍କାର ବୃଦ୍ଧି କରାଯାଇଛି।

ଗ୍ରାହକମାନେ KWID NEOTECH ଏଡିସନ୍ରେ ୮ ଇଞ୍ଚ ଟଚ୍ସ୍କ୍ରିନ୍, ପଛରେ କ୍ୟାମେରା ଏବଂ ଆହୁରି ଅନେକ ପ୍ରକାର ନୂତନ ସୁବିଧା ପାଇପାରିବେ। ଏଥିରେ କମ୍ପାନୀ ୯୮ ପ୍ରତିଶତ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରିଛି। ସୁଲଭ ମୂଲ୍ୟରେ ଗ୍ରାହକମାନେ ଏହାର ମାଲିକ ହୋଇପାରିବେ ଏବଂ କାର୍ ଶିଳ୍ପର ଅନେକ ପ୍ରଥମ ଧରଣର ସୁବିଧା ସୁଯୋଗକୁ ଉପଭୋଗ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି।

kwid

ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୨,୯୯,୮୦୦ ଟଙ୍କାରୁ ଆରମ୍ଭ ହୋଇଛି। ଟପ୍ ଏଣ୍ଡ୍ ମଡେଲ୍ର ଦାମ୍ ୫,୧୨,୭୦୦ ଟଙ୍କା ରହିଛି। ଏହି କାରରେ ରେନଲ୍ଟ ୫ ବର୍ଷ ପର୍ଯ୍ୟନ୍ତ ଓ୍ଵରେଣ୍ଟି ମଧ୍ୟ ଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.