ସୁଶାନ୍ତ ମୃତ୍ୟୁ ମାମଲାରେ ଆସିଲା ନୂଆ ଖବର, CBI ରୁଜୁ କଲା ଧାରା ୩୦୨ ମୃତ୍ୟୁ ମାମଲା !

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସ ପୁରିଗଲାଣି କିନ୍ତୁ ଏବେ ସୁଦ୍ଧା ରହସ୍ୟରେ ଭିତରେ ରହିଛି ଏହି ମାମଲା। ଏମିତି ଲାଗୁଛି ଯେମିତି ବହୁତ ଜଲଦି କିଛି ବଡ ଅପଡେଟ ସାମ୍ନାକୁ ଆସିପାରେ। ଏହି ମାମଲାର ତଦନ୍ତ ଏବେ ସିବିଆଇ କରୁଛି ଏବଂ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେବା ଭଳି ଖବର। ସୂଚନା ମୁତାବକ ସିବିଆଇ ଏହି କେସରେ ଧାରା ୩୦୨ ଅନୁଯାୟୀ ହତ୍ୟା ମାମଲା ରୁଜୁ କରୁଛି। କିନ୍ତୁ ଏହାକୁ ନେଇ ଏବେ ସୁଦ୍ଧା କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ।
ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଟ୍ଵିଟ ଜରିଆରେ ସୋସିଆଲ ମିଡିଆରେ ଏହି ଖବରକୁ ସେୟାର କରିଛନ୍ତି। ଶ୍ୱେତା ଟ୍ଵିଟ କରି ଲେଖିଛନ୍ତି ଯେ ‘ସିବିଆଇ ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ ହେବାକୁ ଯାଉଛି। ଶ୍ୱେତା ଏହି ଖୁସି ଖବରକୁ ହାସଟ୍ୟାଗ ସହିତ ଟ୍ଵିଟ କରିଛନ୍ତି।
CBI to file a case under SECTION 302 what a great news!! #Revolution4SSR https://t.co/d6AT1Z0E3L
— Shweta Singh Kirti (@shwetasinghkirt) October 1, 2020
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହତ୍ୟା ମାମଲାରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨କୁ ସବୁଠାରୁ ଅଧିକ ଗମ୍ଭୀର ଏବଂ ମଜବୁତ ବୋଲି ଧରାଯାଏ। ଏହାର ଦଣ୍ଡସ୍ୱରୁପ ଦୋଷୀକୁ ମୃତ୍ୟୁ ଦଣ୍ଡ କିମ୍ବା ଆଜୀବନ ଦଣ୍ଡ ମଧ୍ୟ ମିଳିପାରେ।
We have faith in CBI, we are an inch closer to finding the truth! Next few days are crucial… We might hear some good news. Very hopeful. I know God is with us for sure. We are calling it #Revolution4SSR ARE YOU WITH US?? pic.twitter.com/kv1MAmwn8w
— Shweta Singh Kirti (@shwetasinghkirt) October 1, 2020