Below header

ବିଜୁଳିରେ ଝଲସିଲା କଳାହାଣ୍ଡି: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଭିଡିଓ କନ୍‌ଫରେନ୍‌ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି: ଇନ୍ଦ୍ରାବତୀ ବିଜୁଳିରେ ଝଲସିଲା କଳାହାଣ୍ଡି । ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯୋଡି ହେଲା ନୂଆ ଫର୍ଦ୍ଦ। ପୂରଣ ହେଲା କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ଆଶା । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ସଂଯୋଗ। ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଭିଡିଓ କନ୍‌ଫରେନ୍‌ସିଂରେ ଉଦଘାଟନ କରିଛନ୍ତି ।

ଇନ୍ଦ୍ରାବତୀ ପ୍ରକଳ୍ପରୁ ଥେରୋବାଲିକୁ ୧୩୨ କେଭିର ବିଦ୍ୟୁତ ପରିବହନ ହେଉଥିଲା ଏବଂ ସେଠାରୁ ବିଦ୍ୟୁତ ଆସିବା ପରେ କଳାହାଣ୍ଡିବାସୀ ପାଉଥିଲେ । ଜିଲ୍ଲାରେ ସବୁ ବେଳେ ଲୋ ଭୋଲଟେଜ ସହ ଅଘୋଷିତ ବିଦ୍ୟୁତ କାଟର ସମ୍ମୁଖୀନ ହେଉଥିଲେ। ଏବେ ଜିଲ୍ଲାରେ ସିଧାସଳଖ ଭାବେ ବାନେରଗୁଡଠାରେ ୨୨୦ କେଭିକୁ ଉନ୍ନିତ କରାଯାଇ ଲଡୁଗାଁ ଓ ବଡକୁର୍ବୁକକୁ ୩୩ କେଭି ଲାଇନରେ ବିଦ୍ୟୁତ ପ୍ରଦାନ କରାଯିବ ।

ଏହାଦ୍ୱାରା କୋକସରା ବ୍ଲକର ଲଡୁଗାଁ ସବଷ୍ଟେସନରୁ ୫୧ଟି ଗାଁ ଓ ଜୟପାଟଣା ବ୍ଲକର ୨୫ଟି ଗାଁ ର ୧୬ ହଜାର ଗ୍ରାହକ ବିଜୁଳି ପାଇବେ । ସେହିଭଳି ବାନେରରୁ ବଡକୁଟରୁ ଷ୍ଟେସନ ମାଧ୍ୟମରେ ଜୟପାଟଣା ବ୍ଲକର ୨୬ଟି ଗାଁ ଓ କଲମପୁର ବ୍ଲକର ୧୮ଟି ଗାଁ ର ୧୧ ହଜାର ବିଦ୍ୟୁତ ଗ୍ରାହକ ସେବା ପାଇପାରିବେ । ଏହାସହ ୨ଟି ମେଗା ଲିଫଟ ପଏଣ୍ଟ ମଧ୍ୟ ବିଜୁଳି ସଂଯୋଗ ପାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.