Below header

SAIL ରେ ଖାଲିପଡିଛି ମେଡିକାଲ ଅଫିସର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଷ୍ଟିଲ ଅଥୋରିଟି ଅଫ ଇଣ୍ଡିଆ (SAIL), ଦୁର୍ଗାପୁରରେ ଖାଲପଡିଛି ଅନେକ ପଦବୀ। ଏଠାରେ ମେଡିକାଲ ଅଫିସର ଏବଂ ମେଡିକାଲ ସ୍ପେଶାଲିଷ୍ଟ ପଦବୀରେ ନିଯୁକ୍ତି କରୁଛି ସେଲ୍। ଇଚ୍ଛକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏଠାରେ ଆବେଦନ କରିବା ପୂର୍ବରୁ ଅଫିସିଆଲ ୱେବସାଇଟ https://sail.co.in/en/home କୁ ଯାଇ ନୋଟିଫିକେସନ ଭଲଭାବେ ପଢିଦିଅନ୍ତୁ। ଫର୍ମ ପୂରଣ କରିବା ସମୟରେ କୌଣସି ବି ଭୁଲ କରନ୍ତୁ ନାହିଁ।

ପଦବୀ ବିବରଣୀ:

ମେଡିକାଲ ଅଫିସର(ଜିଡିଏମଓ): ୨୫

ମେଡିକାଲ ଅଫିସର: ୧୬

medical-officer

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହୋଇଥିବା ଶେଷ ତାରିଖ ୯ ଜାନୁଆରୀ ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଆବେଦନକାରୀଙ୍କ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ଏମବିବିଏସ୍ ଡିଗ୍ରୀ କରିଥିବା ଆବଶ୍ଯକ।

ବୟସ ସୀମା: ମେଡିକାଲ ଅଫିସର(ଜିଡିଏମଓ) ପଦବୀ ପାଇଁ ଆବେଦନ କରିବା ପାଇଁ ୩୪ ବର୍ଷ ଏବଂ ମେଡିକାଲ ଅଫିସର ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୪୧ ବର୍ଷ ହୋଇଥିବା ଆବଶ୍ଯକ।

ଏମିତି କରନ୍ତୁ ଆବେଦନ: ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ଡାଉନଲୋନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.