ଦମ୍ଭ ଭାଙ୍ଗିଯାଇଛି କିନ୍ତୁ ସ୍ୱାଭିମାନ ନୁହେଁ, ବିଦ୍ୟୁତ ବିଭାଗର ଇଂଜିନିୟର ଏବେ ପାନ ଦୋକାନ କରି ବି ଦେଉଛନ୍ତି ଚାକିରି

ଜଣେ ମଣିଷ ନିଜର ରୋଜଗାର ପନ୍ଥା ହରାଇ ବସିଲେ କେତେ ଯେ କଷ୍ଟ ହୁଏ ତାହା କେବଳ ଚାକିରି ହରାଇଥିବା ଲୋକ ହିଁ ଜାଣିଥାଏ । ସେଥିପାଇଁ ତ ଆଜି ସେ ନିଜେ ଚାକିରୀ ହରାଇ ବି ଅନ୍ୟକୁ ଯୋଗାଇ ଦେଇଛନ୍ତି କାମ । କରୋନା ତାଙ୍କ ଦମ୍ଭକୁ ଭାଜିଦେଇଛି ସତ କିନ୍ତୁ ସ୍ୱାଭିମାନକୁ ନୁହେଁ । ଜଣେ ସ୍ବାଭିମାନି ଇଞ୍ଜିନିୟର ନିଜର ବୃତ୍ତି ଛାଡି ଏବେ ପାନ ଦୋକାନ କରି ପରିବାର ଚଳାଇବା ପାଇଁ ଅଣ୍ଟା ଭିଡିଛନ୍ତି । ଖାଲି ପାନଦୋକାନ କରିନାହାନ୍ତି ସେ ତାଙ୍କ ଗାଁ ଛକରେ ଅଣ୍ଡା ଓ ବିସ୍କୁଟର ଦାଇତ୍ୱ ନେଇ ତାଙ୍କ ଭଳି କରୋନାରେ ଜିବିକା ହରାଇଥିବା ଦୁଇଜଣ ପ୍ରବାସୀଙ୍କୁ ବି ରୋଜଗାର ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବାହାକଣ୍ଡିଆ ଗାଁ’ର ଲିଟନ ନାୟକ । ଜଣେ ବିଦ୍ୟୁତ ବିଭାଗର ଇଞ୍ଜିନିୟର। ନିଜର ପାଠପଢା ପରେ ସେ ଏକ ବେସରକାରୀ ବିଦ୍ୟୁତ ସେବା ସୌଭାଗ୍ୟ ପ୍ରକଳ୍ପରେ ଦୀର୍ଘଦିନ ହେବ ଚାକିରୀ କରୁଥିଲେ । ଭଲ ଦିପଇସା ଦରମା ମଧ୍ୟ ପାଇ ପରିବାର ଖୁସିରେ ଚଳାଉଥିଲେ । ଏହି ପ୍ରକଳ୍ପ ବନ୍ଦ ହୋଇଯିବାରୁ ଲିଟନକୁ ବାହାର ରାଜ୍ୟକୁ ବଦଳି କରିବା ପାଇଁ କମ୍ପାନୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କରୋନା ସଙ୍କ୍ରମଣ ଭୟରେ ବାହାର ରାଜ୍ୟରେ ଚାକିରୀ ନକରି ଘରେ ରହିଯାଥିଲେ ଲିଟନ । ଘରେ ପରିବାର ଚଳାଇବା ସଙ୍କଟ ଦେଖା ଦେବାରୁ ଲିଟନ ଅନ୍ୟତ୍ର ଚାକିରୀ ଖୋଜି ନିରାସ ହୋଇଥିଲା। ସେଷରେ କୌଣସି ଉପାୟ ନପାଇ ପରିବାର ଚଳାଇବାକୁ ଗାଁ ଛକରେ ଦୋକାନ କରିବା ପାଇଁ ଚିନ୍ତା କଲେ ।

ଏବେ ଲିଟନଙ୍କ ପାନ ଦୋକାନରେ ସିଖିତ ପାନୁଆଙ୍କ ଭିଡ। ଲିଟନଙ୍କ ମାର୍ଜିତ ବେବହାର ଓ ଉତ୍ତମ ସେବା ପାଇଁ ଗ୍ରାହକ ମାନେ ଏବେ ଅନ୍ୟ ଦୋକାନ ଛାଡି ଲିଟନଙ୍କ ଦୋକାନରେ ଭିଡ ଜମାଉଛନ୍ତି। ଲିଟନଙ୍କ ବ୍ୟବସାୟ କାରବାର ବଢୁଥିବାରୁ ବିଭିନ୍ନ ବିସ୍କୁଟ କମ୍ପାନୀ ଓ ଅଣ୍ଡା ବ୍ୟବସାୟୀମାନେ ଲିଟନକୁ ଏହି ଅଞ୍ଚଳରେ ତାଙ୍କ ବ୍ୟସାୟର ହୋଲସୋଲିଙ୍ଗ ଦାୟିତ୍ୱ ଦେଇଛନ୍ତି । ଏବେ ଲିଟନଙ୍କ ପାଖରେ ବ୍ୟବସାୟିକ ପରିମାଣ ବଢିବାରୁ ଲିଟନ ତାଙ୍କ ବ୍ୟବସାୟରେ ଦୁଇଜଣଙ୍କୁ ନିଯୁକ୍ତି ବି ଦେଇଛନ୍ତି । ଏହି ପାନ ଦୋକାନରୁ ଏବେ ଲିଟନ ବେସ ଦିପଇସା ରୋଜଗାର କରୁଛନ୍ତି । ନିଜ ପରିବାର ସହ ପ୍ରବାସୀ ଫେରନ୍ତା ଦୁଇଜଣ ଯୁବକଙ୍କ ପରିବାରକୁ ବି ଦାନା ଯୋଗାଇବା ପାଇଁ ସକ୍ଷମ ହୋଇଛନ୍ତି ଲିଟନ । ଏବେ ଗାଁ ଲୋକଙ୍କ ମୁଁହରେ ଗୋଟିଏ କଥା ଲିଟନ ଏଡ଼େ ବଡ ଇଞ୍ଜିନିୟର ହୋଇଥିଲେ ମଧ୍ୟ ନିଜର ସ୍ବାଭିମାନି ପାଇଁ ସେ କାହାରି ପାଖରେ ହାତ ପତାଇ ନଥିଲେ । ନିଜ ଗୋଡରେ ନିଜେ ଠିଆ ହେବା ସହିତ ଅନ୍ୟକୁ ଠିଆ କରିବା ପାଇଁ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.