Below header

ସର୍ଟ ସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଗାଡ଼ିରୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର ଏବଂ ହେଲପର

ସୋନପୁର: ଟ୍ରକରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ସୋନପୁର ଜିଲ୍ଲା ବିନିକା ପୋଲିସ୍ ସୀମା ଅନ୍ତର୍ଗତ ସିଙ୍ଘିଜୁବାରେ ହଠାତ୍ ଟ୍ରକରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଟ୍ରକରେ ନିଆଁ ଲାଗିବା ଦେଖି ଗାଡ଼ିର ଡ୍ରାଇଭର ଏବଂ ହେଲପର ଗାଡ଼ିରୁ ଡେଇଁ ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।

ଖବର ମୁତାବକ, ଏକ ସିମେଣ୍ଟ ବୋଝେଇ ଟ୍ରକ ରାଜଗାଙ୍ଗପୁରରୁ ବାଲାଙ୍ଗୀର ଅଭିମୁଖେ ଯାଉଥିଲାବେଳେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଗାଡିରେ ନିଆଁ ଲାଗିଯାଇଥିଲା। ଏହା ପରେ ଡ୍ରାଇଭର-ହେଲପର ଦୁହେଁ ଟ୍ରକରୁ ଡେଇଁ ନିଜର ଜୀବନ ବଞ୍ଚାଇଥିଲେ। ତେବେ ନିଆଁରେ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.