ଆପଣଙ୍କ ଓଠ ତଳେ କଳାଜାଇ ଅଛି କି ? ତେବେ ଜାଣନ୍ତୁ କିପରି ହୋଇଥାଏ ଆପଣଙ୍କ ସ୍ୱଭାବ

ସାମୁଦ୍ରିକ ଶାସ୍ତ୍ରରେ ଶରୀରର ବିଭିନ୍ନ ଭାଗ ସହ ତା’ ଉପରେ ହୋଇଥିବା ଚିହ୍ନ କିମ୍ବା ଦାଗ ବିଷୟରେ ଗଭୀର ବିଚାର କରାଯାଇଛି। ଉଲ୍ଲେଖ ରହିଛି, ଏହି ଶାସ୍ତ୍ରର ରଚନା ଋଷି ସମୁଦ୍ର କରିଥିଲେ। ପ୍ରତ୍ୟେକ ବ୍ୟକ୍ତି କାହା ସହ ଯୋଗାଯୋଗ ନକରି ମଧ୍ୟ କିପରି ନିଜର ସ୍ୱଭାବ ଏବଂ ବ୍ୟବହାର ବିଷୟରେ ଜାଣିପାରିବେ ସେଥିପାଇଁ ଋଷି ସମୁଦ୍ର ଏହି ଶାସ୍ତ୍ର ରଚନା କରିଥିଲେ।

moleସାମୁଦ୍ରିକ ଶାସ୍ତ୍ରରେ ଶରୀରର ବିଭିନ୍ନ ଅଙ୍ଗ ବିଷୟରେ କୁହାଯାଇଛି । ସେହିପରି ଓଠର ତଳ ଭାଗ ବିଷୟରେ ମଧ୍ୟ ବିଶେଷ ଉଲ୍ଲେଖ କରାଯାଇଛି । ଏହି ଶାସ୍ତ୍ରରେ କୁହାଯାଇଛି, ଓଠ ତଳେ ହୋଇଥିବା କଳାଜାଇ ଅତ୍ୟନ୍ତ ଶୁଭ ହୋଇଥାଏ। ମାନ୍ୟତା ରହିଛି, ଯେଉଁ ଲୋକଙ୍କ ଓଠର ତଳ ଭାଗରେ କଳାଜାଇ ରହିଥାଏ ସେମାନେ ସ୍ୱଭାବରେ ବହୁତ ଚଞ୍ଚଳ ହୋଇଥାନ୍ତି। ଏହିଭଳି ବ୍ୟକ୍ତିମାନେ ଜୀବନରେ ଅନେକ ଆଶା କରିଥାନ୍ତି। ଏପରି ଲୋକମାନେ ଜୀବନରେ ସର୍ବଦା ଖୁସିରେ ରହିବା ପାଇଁ ପ୍ରୟାସ କରିଥାନ୍ତି। ଏଭଳି ବ୍ୟକ୍ତିମାନେ ଅନ୍ୟ କାହାକୁ ଦୁଃଖରେ ଦେଖିଲେ ନିଜେ ଦୁଃଖି ହୋଇଥାନ୍ତି । ସାମୁଦ୍ରିକ ଶାସ୍ତ୍ର କହିବାନୁଯାୟୀ, ଏପରି ଲୋକମାନେ ହୃଦୟରୁ ସଫା ହୋଇଥାନ୍ତି।

face tilଯେଉଁ ବ୍ୟକ୍ତିଙ୍କ ଓଠର ଡାହାଣ ପଟେ କଳାଜାଇ ରହିଥାଏ ସେମାନ କଳାପ୍ରେମୀ ହୋଇଥାନ୍ତି। କୁହାଯାଇଥାଏ ଏହି ବ୍ୟକ୍ତିମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ କିମ୍ବା ଜଣେ ବ୍ୟକ୍ତିଙ୍କ ସହ ରହିବାକୁ ପସନ୍ଦ କରିନଥାନ୍ତି। ଏଥିସହ ଏଭଳି ବ୍ୟକ୍ତିମାନେ ନିଜ ବନ୍ଧୁମାନଙ୍କ ସହ ଉପଯୁକ୍ତ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି।

ସେହିଭଳି ଓଠର ବାମ ପଟେ କଳାଜାଇ ଥିବା ବ୍ୟକ୍ତି କଞ୍ଜୁସ୍ ଅର୍ଥାତ ଚୋଠା ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ପରିବାର, ସମ୍ପର୍କୀୟ ଏବଂ ସାଙ୍ଗସାଥୀଙ୍କ ଠାରୁ ଗିଫ୍ଟ ନେବା ପାଇଁ ପସନ୍ଦ କରନ୍ତି ନାହିଁ। କୁହାଯାଇଥାଏ, ଏଭଳି ବ୍ୟକ୍ତିମାନେ ଦୟାଳୁ ସ୍ୱଭାବର ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.