ଖ୍ରୀଷ୍ଟାମାସ ପୂର୍ବରୁ କାର୍ଲିଫର୍ଣ୍ଣିଆର ଅନେକ ଅଞ୍ଚଳରେ ଲକଡାଉନ୍ କଡାକଡି, ଅଧିକାଂଶ ଦୋକନ ବଜାର ବନ୍ଦ

ଆମେରିକା: ଆମେରିକାରେ କରୋନାର କରାଳ ରୂପ। କୋଭିଡ ଚେନ ଭାଙ୍ଗିବାକୁ କାର୍ଲିଫର୍ଣ୍ଣିଆର ଅନେକ ଅଞ୍ଚଳରେ ଲକଡାଉନକୁ କଡାକଡି କରାଯାଇଛି। ଖ୍ରୀଷ୍ଟାମାସ ପୂର୍ବରୁ ୪ କୋଟି ଜନସଂଖ୍ୟା ବିଶିଷ୍ଠ କାର୍ଲିଫର୍ଣ୍ଣିଆର ୮୫ ପ୍ରତିଶତ ଲୋକ ଏବେ ତାଲାବନ୍ଦି ଅବସ୍ଥାରେ ଅଛନ୍ତି । ଅଧିକାଂଶ ଦୋକନ ବଜାର ବନ୍ଦ ରହିଛି ।

ରବିବାର ଆମେରିକାରେ ରେକର୍ଡ ଆକ୍ରାନ୍ତ ଚିହ୍ନଟ ପରେ କାର୍ଲିଫର୍ଣ୍ଣିଆରେ ଲକଡାଉନ ଜାରି ହୋଇଛି । ହସ୍ପିଟାଲର ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ଆଇସିୟୁର ଅଭାବ ଦେଖାଦେଉଛି । ଦକ୍ଷିଣ କାର୍ଲିଫର୍ଣ୍ଣିଆ ଓ ସାନ୍‌ ଜାଓକ୍ୱିନ ଭାଲିରେ ରାତି ୧୧ଟା ୫୯ମିନିଟରୁ ସମସ୍ତ ବ୍ୟକ୍ତିଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କଟକଣା ତିନି ସପ୍ତାହ ପାଇଁ ଲାଗୁ ହେବ। ରବିବାର କାର୍ଲିଫର୍ଣ୍ଣିଆରରେ ରେକର୍ଡ ୩୦ ହଜାର ପଜିଟିଭ ଚିହ୍ନଟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.