Below header

ପୁଣିଥରେ ଗ୍ରାହକଙ୍କୁ ଆଲର୍ଟ କଲା ଏସ୍‌ବିଆଇ, ଏଭଳି ମେସେଜ୍‌କୁ ଅଣଦେଖା କରିବାକୁ ଦେଲା ପରାମର୍ଶ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଠକେଇ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି। ବ୍ୟାଙ୍କ ଆଲର୍ଟ କରିବା ଅବସରରେ କହିଛି ଯେ ଆପଣ ସୋସିଆଲ ମିଡିଆରେ କୌଣସି ଫେକ୍‌ ମେସେଜ୍‌କୁ ବିଶ୍ୱାସ କରନ୍ତୁ ନାହିଁ। ବ୍ୟାଙ୍କ କହିଛି ଯେ ହ୍ୟାକରମାନେ ସୋସିଆଲ ମିଡିଆରେ ବହୁ ନକଲି ଓ ଭ୍ରମ ସୃଷ୍ଟି କରିବା ଭଳି ମେସେଜ୍‌ ପଠାଉଛନ୍ତି। ବର୍ତ୍ତମାନ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଏଭଳି କୌଣସି ମେସେଜ୍‌ ପଠାଯାଇନାହିଁ।

ଏସ୍‌ବିଆଇ ଟ୍ଵିଟ୍‌ କରି ଗ୍ରାହକଙ୍କୁ ଅନୁରୋଧ କରିଛି ଯେ ସେମାନେ ସୋସିଆଲ ମିଡିଆରେ ସତର୍କ ରୁହନ୍ତୁ ଓ କୌଣସି ନକଲି ତଥା ମିଛ ମେସେଜ୍‌କୁ ବିଶ୍ୱାସ କରନ୍ତୁ ନାହିଁ। ଯଦି ଏସବୁ ବିଷୟ ଉପରେ ଧ୍ୟାନ ନ ଦେବେ ତେବେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବ।

ଏଥିସହ ଗ୍ରାହକଙ୍କୁ ନିଜର କୌଣସି ପର୍ସନାଲ ଡିଟେଲ୍ସ ସେୟାର କରିବାକୁ ମଧ୍ୟ ମନା କରିଛି ଏସ୍‌ବିଆଇ। ଏଭଳି ନ କଲେ ଗ୍ରାହକଙ୍କ ଖାତାରେ ଥିବା ଜମା ରାଶି ଖାଲି ହୋଇଯାଇପାରେ। ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଆପଣ ନିଜ ଏଟିଏମ୍‌ ପିନ୍‌, କାର୍ଡ ନମ୍ବର, ଆକାଉଣ୍ଟ ନମ୍ବର ଓ ଓଟିପିକୁ କେବେ ବି କାହା ସହ ସେୟାର କରନ୍ତୁ ନାହିଁ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ବ୍ୟାଙ୍କ ତରଫରୁ ଟ୍ଵିଟ୍‌ କରାଯାଇ ଗ୍ରାହକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.