Below header

ମନେ ମନେ ମହାଦେବ ! ଏମିତି କ୍ଷୀର ସ୍ନାନ କଲେ ଯେ ବନ୍ଦ ହୋଇଗଲା ଫ୍ୟାକ୍ଟ୍ରି

ତୁର୍କୀର ଏକ ଡାଏରୀ ପ୍ଲାଣ୍ଟ ଜଣେ ଯୁବକଙ୍କ ପାଇଁ ବନ୍ଦ ହୋଇଯାଇଛି। କାହିଁକିନା ଯୁବକ ଜଣଙ୍କ ଏମିତି କାମ କରିଛନ୍ତି, ଯାହା ପାଇଁ ଭାରି ପରିଣାମ ସହିବାକୁ ପଡିଛି ଡାଏରୀ ପ୍ଲାଣ୍ଟକୁ। ଟିକଟକରେ ଖୁବ୍‌ ଭାଇରାଲ ହୋଇଥିଲା ଯୁବକଙ୍କର କ୍ଷୀର ସ୍ନାନର ଏକ ଭିଡିଓ। ଯାହା ପାଣି ଭଳି ଚାରିଆଡକୁ ବ୍ୟାପି ଯାଇଥିଲା।

ଟିକଟକରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଜଣେ ବ୍ୟକ୍ତି କ୍ଷୀର ଟବ୍‌ ଉପରେ ବସିଛନ୍ତି। ଆଉ କ୍ଷୀରକୁ ମଗରେନେଇ ମୁଣ୍ଡରେ ପକାଉଛନ୍ତି। ଯୁବକଙ୍କୁ ଦେଖି ଏମିତି ଲାଗୁଛି ଯେମିତି ସେ କ୍ଷୀର ସ୍ନାନ କରିବାକୁ ଇଚ୍ଛା ରଖିଥିଲେ ଆଉ ତାଙ୍କର ସ୍ୱପ୍ନକୁ ପୂରଣ କରୁଛନ୍ତି। ତେବେ କିନ୍ତୁ ସମସ୍ୟା ସେତେବେଳେ ହେଲା ଯେତେବେଳେ ଯୁବକ ଶ୍ରମିକଙ୍କ କ୍ଷୀର ସ୍ନାନର ଭିଡିଓ ଖୁବ୍‌ ଭାଇରାଲ ହୋଇଗଲା।

ଲୋକମାନେ ଏହି ଭିଡିଓ ଦେଖି ଆଶ୍ଚଯ୍ୟର୍ ହେବା ସହିତ ଦୁଗ୍ଧ ଫ୍ୟାକ୍ଟ୍ରିର ଆଲୋଚନା କଲେ। ମାମଲା ଯେତେବେଳେ ଅଧିକ ବେଗରେ ଆଲୋଚନା ହେଲା ସେତେବେଳେ କ୍ଷୀରସ୍ନାନ କରୁଥିବା କର୍ମଚାରୀଙ୍କୁ ଗିରଫ କରିନିଆଗଲା। କେବଳ ଏତିକି ନୁହେଁ ଡାଏରୀ ପ୍ଲାଣ୍ଟକୁ ବନ୍ଦ କରିଦିଆଗଲା।

ତେବେ ଏହି ଘଟଣା ପରେ ଏକ ଫୁଟେଜ ବିଭିନ୍ନ ପ୍ଲାଟଫର୍ମରେ ବ୍ୟାପିଗଲା। ଡାୟରୀ ପ୍ଳାଣ୍ଟ ନିଜ ପ୍ରତିକ୍ରୀୟାରେ କହିଛି ଯେ, ‘ବ୍ୟକ୍ତି କ୍ଷୀରରେ ଗାଧୋଉନଥିଲେ, ବରଂ ପାଣିର ମିକ୍ସଚର ଏବଂ ତରଳ ପଦାର୍ଥର ସଫା କରୁଥିଲେ। ଏହି ଭିଡିଓ ତାଙ୍କ କମ୍ପାନୀକୁ ବଦନାମ କରିବାର ଏକ ପ୍ରୟାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.