ଅଳିଆ ଗଦାରୁ ପାଇଥିବା ଝିଅ ହେଲା ଇନକମ୍ ଟ୍ୟାକ୍ସ ଅଫିସର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଅନେକ ସମୟରେ ଆମେ ଖବର କାଗଜରେ ପଡୁଛେ କିମ୍ବା ଟିଭିରେ ଦେଖୁଛେ ଯେ କୌଣସି ଅଟୋ ଚାଳକର ପୁଅ ଆଇଏସ ପାଉଛି ତ କେତେବେଳେ ସାମାନ୍ୟ ଗୋଟେ ପାନ ଦୋକନୀଙ୍କ ଝିଅ ବଡ ସିଭିଲ ସାର୍ଭିସ ପାଉଛି।କିନ୍ତୁ ଆଜି ଆମେ ଆପଣଙ୍କୁ ଇଣ୍ଟରନେଟରେ ଭାଇରଲ ହେଉଥିବା ଏକ କାହାଣୀ କହିବାକୁ ଯାଉଛୁ ଯାହା ଏସବୁ କାହାଣୀ ଠାରୁ ଟିକେ ଭିନ୍ନ। ବାପା ଠେଲାରେ ବୁଲି ବୁଲି ପରିବା ବିକଛୁନ୍ତି ଓ ଝିଅ ସିଭିଲ ସାର୍ଭିସ ପରୀକ୍ଷାରେ ପାସ କରି ଇନକମ ଟେକ୍ସର ବଡ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଝିଅଟି ତାଙ୍କ ନିଜ  ଜନ୍ମ କଲା ଝିଅ ନୁହେଁ ବରଂ ବହୁ ବର୍ଷ ପୂର୍ବେ ଅଳିଆ ଗଦା ପାଖରୁ ପାଇ ତାକୁ ପାଳିଥିଲେ।ସୋସିଆଲ ମିଡିଆରେ ଏହି କାହାଣୀକୁ ପ୍ରଚୁର ମାତ୍ରାରେ ସେୟାର କରାଯାଉଛି।ତେବେ ଆସାମରେ ରହୁଥିବା ଜଣେ ପରିବା ବିକାଳୀଙ୍କ ଝିଅ ଆସାମ ଲୋକ ସେବା ଆୟୋଗର ପରୀକ୍ଷାରେ ପାସ୍ କରି ଇନକମ୍ ଟ୍ୟାକ୍ସ ବିଭାଗରେ ଆସିସ୍ଟାଣ୍ଟ କମିସନର ପଦରେ ନିଯୁକ୍ତି ହୋଇଛନ୍ତି।

viral2

ସୂଚନା ଅନୁଯାୟୀ ଏହି ପରିବା ବିକାଳୀ ସୋରବନ ୨୫ ବର୍ଷ ପୂର୍ବେ ଏକ ଅଳିଆ ଗଦା ପାଖରୁ ଏକ ନବଜାତ ଶିଶୁକୁ ପଡିଥିବାର ଦେଖିଥିଲେ ଓ ତାଙ୍କ ମନରେ ଦୟା ଆସିଥିଲା।ଅବିବାହିତ ସୋରବନ ଶିଶୁଟିକୁ ପାଳିବାର ନିଷ୍ପତ୍ତି ନେଇଥିଲେ ଓ ତା ନାମ ଜ୍ୟୋତି ରଖିଥିଲେ।ପରିବା ବିକ୍ରି କରି ମଧ୍ୟ ଜ୍ୟୋତିର ଲାଳନ ପାଳନରେ କୋଣସି ପ୍ରକାର ଅଭାବ ସେ ରଖିନଥିଲେ।ଯାହାର ପରିଣାମ ଆଜି ଜ୍ୟୋତି ସଫଳତାରେ ଦେଖିବାକୁ ମିଳୁଛି।

ଆଶ୍ଚର୍ଯ୍ୟର କଥା ଯେ ସୋରବନ ଏବଂ ତାଙ୍କ ଝିଅ ଜ୍ୟୋତିଙ୍କ କାହାଣୀ ବିଭିନ୍ନ ୱେବସାଇଟରେ ଭିନ୍ନ ଭିନ୍ନ ଫଟୋ ଦିଆଯାଇଛି। କାହାଣୀ ପଛର ସତ୍ୟତା ଜାଣିବା ପାଇଁ ରିସର୍ଚ୍ଚ କରାଯାଇଥିଲା । ଅନେକ ରିସର୍ଚ୍ଚରୁ ଜଣା ପଡିଲା ଯେ ଜ୍ୟୋତି ନାମକ କୈଣସି ଝିଅର ନାମ ଆସାମର ଲୋକ ସେବା ବିଭାଗରେ ଦାଖଲ ହୋଇନାହିଁ । ପୂବର୍ରୁ ଏହିଭଳି କିଛି କାହାଣୀକୁ ଆଧାର କରି କୈଣସି ଏକ ୱେବସାଇଟ ନିଜ ଭିୟୁରସିପ ବଢାଇବା ପାଇଁ ମନଇଚ୍ଛା କାହାଣୀ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.