Below header

ନୂଆବର୍ଷ ଠାରୁ ପରିବର୍ତ୍ତନ ହେବ ଏହି ସବୁ ନିୟମ, ପ୍ରଥମରୁ ହୋଇଯାଆନ୍ତୁ ସତର୍କ ନଚେତ ଭୋଗୀ ପାରନ୍ତି ବଡ ଧରଣର କ୍ଷତି

ଆସନ୍ତା ନୂଆ ବର୍ଷରୁ ଭାରତରେ କେତେ ଗୁଡିଏ ପରିବର୍ତ୍ତନ ହେବାକୁ ଯାଉଛି । ଯଦି ବେଳ ଥାଉ ଥାଉ ଆପଣ ଏଗୁଡିକ ଉପରେ ଧ୍ୟାନ ନ ଦିଅନ୍ତି ତେବେ ଆପଣଙ୍କୁ ବଡ ଆକାରର ଆର୍ଥିକ କ୍ଷତି ସହିବାକୁ ପଡିବା ସହ ହଇରାଣ ମଧ୍ୟ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା ଏହି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଗୁଡିକ ବିଷୟରେ କିଛି :

1. ଯଦି ଆପଣ ଡିସେମ୍ବର ୩୧ ତାରିଖ ସୁଦ୍ଧା ଆପଣ ନିଜ ପ୍ୟାନକାର୍ଡକୁ ଆଧାର କାର୍ଡ ସହ ଲିଙ୍କ ନ କରନ୍ତି ତେବେ ଆୟକର ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଜାନୁଆରୀ ୧ ତାରିଖ ପରେ ସେଗୁଡିକ ରଦ୍ଦ ହୋଇଯିବ । ଗତ ମାର୍ଚ୍ଚ ମାସ ୩୧ ତାରିଖରେ ଜାରି ହୋଇଥିବା ଏକ ଅଧିସୂଚନା ଅନୁଯାୟୀ ଅର୍ଥ ମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କରାଯାଇଥିଲା କି ଯେଉଁ ମାନଙ୍କ ପାଖରେ ପ୍ୟାନ କାର୍ଡ ଓ ଆଧାର କାର୍ଡ ଦୁଇଟା ଥିବ ସେ ଦୁଇଟିକୁ ଯୋଡିବା ନିହାତି ଦରକାର । ବର୍ଷ ଆରମ୍ଭରେ ଉଚ୍ଚ ନ୍ୟାୟଳୟ ମଧ୍ୟ ପ୍ୟାନ- ଆଧାର ଲିଙ୍କକୁ ଅନିରବାର୍ଜ୍ୟ କରିଥିଲେ ।

scheme image

2. ଆସନ୍ତା ଜାନୁଆରୀ ମାସ ୧ ତାରିଖରୁ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ମଧ୍ୟ ବଡ ଧରଣର ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ଇଣ୍ଡିଆନ ଅଏଲ କର୍ପୋରେସନର ୱେବ ସାଇଟ ଅନୁଯାୟୀ ଡିସେମ୍ବର ମାସରେ ଗ୍ୟାସ ଦର ୧୪.୨ କିଲୋଗ୍ରାମର ସିଲିଣ୍ଡରର ଦର ପ୍ରାୟ ୧୩.୫୦ ରୁ ୧୪ ଟଙ୍କା ପର୍ଯ୍ୟନ୍ତ ବଢିଥିଲା ।

3.ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ପରେ ଦେଶ ବ୍ୟାପି କେତେ ଗୁଡିଏ ଏଟିଏମ କାର୍ଡ ଓ ଡେଭିଡ କାର୍ଡ ମଧ୍ୟ ବନ୍ଦ ହୋଇଯାଇପାରେ । ତେଣୁ ୩୧ ତାରିଖ ଭିତରେ ଗ୍ରାହକ ମାନେ ନିଜ ନିଜ ବ୍ୟାଙ୍କ ସହ ସମ୍ପର୍କ କରିବା ଜରୁରୀ ନଚେତ ୧ ତାରିଖ ପରଠାରୁ କାର୍ଡ ମାଧ୍ୟମରେ ନେଣଦେଣ ସମ୍ପୂର୍ଣ ରୂପେ ବନ୍ଦ ହୋଇଯାଇପାରେ ।

atm card

4. ଭାରତର ସବୁଠୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ମ୍ୟାଗନେଟିକ ଷ୍ଟ୍ରାଇପ ଡେଭିଡ କାର୍ଡର ବ୍ୟବହାର ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ୨୦୨୦ ଜାନୁଆରୀରୁ କେବଳ ଇଏମବି ଚିପ ଓ ପିନ ଵାଲା କାର୍ଡ ବ୍ୟବହାର କରାଯାଇପାରିବ ।

5. ପୁରୁଣା କାର୍ଡ ବଦଳେଇବା ନେଇ ଗ୍ରାହକ ମାନଙ୍କୁ କୌଣସି ପ୍ରକାରର ଏକ୍ସଟ୍ରା ଚାର୍ଜ ଦେବାକୁ ପଡ଼ିବନି ବୋଲି ଏସବିଆଇ ତରଫରୁ ସ୍ପଷ୍ଟ କରାଯାଇଛି ।

scheme image

6. ଭାରତ ସରକାର ଆସନ୍ତା ମାସ ଠାରୁ ‘ସବକା ବିଶ୍ୱାସ’ ପରି ସ୍କିମ ଗୁଡିକ ନୂଆ ବର୍ଷ ଠାରୁ ବନ୍ଦ କରିବା ନେଇ ଯୋଜନା କରିଛନ୍ତି । ତେଣୁ ଯେଉଁ ମାନେ ଏହାର ଲାଭ ଉଠିବାକୁ ଚାହୁଁଛନ୍ତି ଏହି ମାସ ରେଜିଷ୍ଟ୍ରେସନ କରାଇନେବା ଉଚିତ ।

7. ଯଦି ଆପଣ ଏବେ ପର୍ଯ୍ୟନ୍ତ ନିଜ ଆୟକର ରିଟର୍ଣ୍ଣ ଆସନ୍ତା ୩୧ ତାରିଖ ସୁଦ୍ଧା ଭରି ନାହାନ୍ତି ତେବେ ଶୀଘ୍ର ଭରି ଦିଅନ୍ତୁ । ଏବେ ଆପଣଙ୍କୁ ମାତ୍ର ୫ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ ନଚେତ ଏହା ପରେ ରିଟର୍ନ ଭରିଲେ ଅଧିକ ଟଙ୍କାର ଜୋରିମାନା ଭରିବାକୁ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.