ମାତ୍ର ୧୫୦୦ ଟଙ୍କାରେ କରନ୍ତୁ ସି-ପ୍ଲେନ ଯାତ୍ରା, ସ୍ପାଇସଜେଟର ଦମଦାର ଅଫର

୩୧ ଅକ୍ଟୋବରରୁ ଦେଶଷର ପ୍ରଥମ ସି ପ୍ଲେନ ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଏହି ସେବାର ଶୁଭାରମ୍ଭ କରିବେ। ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦି କେଓ୍ଵାଡିୟା ସ୍ଥିତି ଷ୍ଟାଚ୍ୟୁ ଅଫ ୟୁନିଟ ଠାରୁ ଅହମଦାବାଦର ସାବରମତୀ ରିଭରଫ୍ରଣ୍ଟ ପର୍ଯ୍ୟନ୍ତ ସି ପ୍ଲେନରେ ଯାତ୍ରା କରିବେ।

୩୧ ଅକ୍ଟୋବରରୁ ଦେଶର ଏୟାରଲାଇନ କମ୍ପାନୀ ସ୍ପାଇସଜେଟ ପ୍ରତିଦିନ ଦୁଇଟି ଉଡାଣ ସେବା ଆରମ୍ଭ କରିବ। ଏହି ସେବା ଅହମଦାବାଦରୁ କେଓ୍ଵାଡିୟା ରୁଟ୍‌ ପାଇଁ ରହିବ। ଏହି ବିମାନ ସେବାର ମଜା ଉଠାଇବା ପାଇଁ ଟିକେଟର ମୂଲ୍ୟ ୧୫୦୦ ଟଙ୍କା ରହିଛି। ସି-ପ୍ଲେନ ଟିକେଟ ବୁକିଂ କରିବା ପାଇଁ www.spiceshuttle.com େଓ୍ଵବସାଇଟକୁ ଯାଇ ବୁକିଂ କରିପାରିବେ। ଟିକେଟ ବୁକିଂ ୩୦ ଅକ୍ଟୋବରୁ ଆରମ୍ଭ ହେବ। ମୁତାବକ, ସ୍ପାଇସଜେଟର ଫ୍ଲାଇଟ ସାବରମତୀ ରିଭରଫ୍ରଣ୍ଟରୁ ୧୦.୧୫ ମିନିଟରେ ଉଡାଣ ଭରି କେଓ୍ଵାଡିୟାରେ ୧୦.୪୫ରେ ଲ୍ୟାଣ୍ଡ କରିବ।

plane

ସ୍ପାଇସଜେଟର ଚେୟାରମ୍ୟାନ ଅଜୟ ସିଂହ କହିଛନ୍ତି, ଭାରତୀୟ ଆଭିଏସନ ଇତିହାସରେ ପ୍ରଥମ ଥର ପାଇଁ କୌଣସି ସି ପ୍ଲେନ ଉଡାଣ ଭରିବ। ସି ପ୍ଲେନର ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ମଧ୍ୟରେ ଅନ୍ୟତମ। ସୂଚନାଯୋଗ୍ୟ, ୨୦୧୭ରେ ବିଧାନସଭା ନିର୍ବାଚନ ସମୟରେ ମୋଦି ଏହାର ଶୁଭାରମ୍ଭ କରିଥିଲେ। କିନ୍ତୁ ଏବେ ଏହା ଷ୍ଟାଚ୍ୟୁ ଅଫ ୟୁନିଟ୍‌ ସହିତ ଯୋଡି ଦିଆଯାଇଛି। ପୂର୍ବରୁ ସିପ୍ଲେନ ସେବା ମାଳଦ୍ୱୀପରୁ ଆରମ୍ଭ କରି କୋଚି ପର୍ଯ୍ୟନ୍ତ ଚାଲିଥିଲା। ଯାହା ପରେ ଏବେ ଗୁଜରାଟରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.