Below header

ପୁଣି କମିଲା ସୁନା ଦାମ୍‌, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ଦାମ୍‌

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୧୩୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୩୭୦ ଟଙ୍କା ଥିବା ଲକ୍ଷ୍ୟ କରାଯାଇଛି । ଯେବେକି ପୂର୍ବ ଦିନ ଅର୍ଥାତ ସୋମବାର ଦିନ ଏହି ଦର ଯଥାକ୍ରମେ ୫୧୯୬୦ ଟଙ୍କା ଓ ୫୦୯୬୦ ଟଙ୍କା ଥିବା ରେକର୍ଡ ହୋଇଥିଲା । କିନ୍ତୁ ଓଡିଶା ରାଜଧାନୀ ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୪୦୬୦ ଟଙ୍କା ଓ ୪୯,୪୯୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ଭାରତର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ କିଂଚିତ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧୩୬୦ ଟଙ୍କା ଓ ୫୦୩୭୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ୫୪୮୮୦ ଟଙ୍କା ଓ ୫୦,୨୬୦ ଟଙ୍କା ଥିବା ରେକର୍ଡ ହୋଇଛି । ଚେନ୍ନାଇରେ ଏହି ମୂଲ୍ୟ ୫୪,୦୬୦ ଟଙ୍କା ଓ ୪୯,୪୯୦ ଟଙ୍କା ରହିଛି । ଯେବେକି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୫୩୩୬୦ ଟଙ୍କା ଓ ୫୦୬୪୦ ଟଙ୍କା ଛୁଇଁଥିବା ଜଣାଯାଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ମୂଲ୍ୟ ୬୭୧୧୦ ଟଙ୍କାରେ ପହଁଚିଥିବା ନେଇ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.