Below header

ଡ୍ରଗସ୍ ବେପାରରେ ବି ସମ୍ପୃକ୍ତି ରହିଛି ରିୟାଙ୍କର, ଏଭଳି କିଛି ସନ୍ଦେହଜନକ ତଥ୍ୟ ମିଳିଛି ତାଙ୍କ ହ୍ଵାଟ୍‌ସଆପ୍ ଚାଟିଂରୁ

ବୋଧହୁଏ ଜୀବନ ଥିବା ଭିତରେ ଯେତେ ଚର୍ଚ୍ଚାରେ ନଥିଲେ ତାଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ମୃତ୍ୟୁ ପରେ । ଆଉ ସେ ବ୍ୟକ୍ତି ହେଉଛନ୍ତି ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଗତ ଜୁନ୍ ୧୪ ତାରିଖରେ ତାଙ୍କ ମୃତ୍ୟୁ ପରଠାରୁ ଏମିତି ଗୋଟିଏ ଦିନ ନାହିଁ ଯେଉଁଦିନ ତାଙ୍କ ଖବର ଗଣମାଧ୍ୟମରେ ଆସିନାହିଁ । ଏବେ ତ ତାଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଚାଲିଛି । ତା ଭିତରେ ଆସିଛି ଆଉ ଏକ ବଡ଼ ଖବର । ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କର ଡ୍ରଗ୍ କନେକସନ୍ । ତାଙ୍କ ହ୍ଵାଟସ୍‌ଆପ୍ ଚାଟ୍‌ରୁ ଏକଥା ଜଣାପଡ଼ିଛି ।

ରିୟା ତାଙ୍କ ହ୍ଵାଟସ୍‌ଆପ୍ ଚାଟ୍‌ରେ ଡ୍ରଗ୍ ବିଷୟରେ କଥାବାର୍ତ୍ତା କରିଛନ୍ତି । ତେବେ କୁହାଯାଉଛି କି ରିୟା ଏହି ଚାଟ୍‌କୁ ଡିଲିଟ୍ କରି ଦେଇଥିଲେ । ପ୍ରଥମ ଚାଟ୍‌ରେ ସେ ଗୌରବ ଆରିୟଙ୍କ ସହ କଥା ହୋଇଥିଲେ । ଗୌରବ ଜଣେ ଡ୍ରଗ୍ ଡିଲର୍ ବୋଲି ସୂଚନା ମିଳିଛି । ଏହି ଚାଟ୍‌ରେ ରିୟା ଲେଖିଥିଲେ ‘ଯଦି ହାଇଡ୍ରଗ୍ସ କଥା କହିବି ତେବେ ଏହି ଡ୍ରଗ୍‌ସ ମୁଁ ଅଧିକ ବ୍ୟବହାର କରିନାହିଁ’ । ତେବେ ୨୦୧୭ ମାଚ୍‌ର୍ ୮ ତାରିଖରେ ଗୌରବକୁ ସେ ଏହି ମେସେଜ୍ ପଠାଇଥିଲେ । ଦ୍ୱିତୀୟ ଚାଟ୍‌ରେ ସେ ଗୌରବକୁ ପଚାରୁଛନ୍ତି ‘ତୁମ ପାଖରେ MD ଅଛି କି ? MD ର ଅର୍ଥ Methylene dioxy methamphetamine. ଏହା ଏକ ଶକ୍ତିଶାଳୀ ଡ୍ରଗ୍ସ ବୋଲି କୁହାଯାଏ ।

SUSHANT-2

ସେହିପରି ୨୦୨୦ ଏପ୍ରିଲ ୧୭ ତାରିଖ ଦିନ ରିୟାଙ୍କୁ ତାଙ୍କର ଆଉ ଜଣେ ବନ୍ଧୁ ସାମୁଏଲ୍ ମିରାଣ୍ଡା ଚାଟ୍ କରି କହିଥିଲେ, ‘‘ହାଏ ରିୟା ଷ୍ଟଫ୍ ଶେଷ ହେବାକୁ ବସିଛି । ଆମେ କଣ ସୌଭିକର ସାଙ୍ଗ ଠାରୁ ତାକୁ ନେଇ ପାରିବୁ ? ହେଲେ ତା ପାଖରେ କେବଳ ‘ହାସ୍‌’ ଓ ‘ବଡ୍‌’ ଅଛି’’ । ସୂଚନା ରହିଛି କି ଏହି ଦୁଇଟି ଜିନିଷ ଟିକେ କମ୍ ପାଓ୍ଵାର୍‌ର ଡ୍ରଗ୍ସ ।

ରିୟାଙ୍କୁ ଇଡି ପଚରା ଉଚରା କଲା ବେଳେ ଏହି ଚାଟ୍ ବିଷୟରେ ଜଣାପଡ଼ିଛି । ଏବେ ଇଡି ସହ ମିଶି ସିବିଆଇ ବି ତଦନ୍ତ ଚଳାଇଛି । ରିୟାଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଫୋନ୍ କଲ୍ ଡିଟେଲ୍‌, ଲାପ୍‌ଟପ୍ ଆଦି ଯାଞ୍ଚ କରାଯାଉଛି । ଆଉ ଯଦି ଡ୍ରଗ୍ ସହ ସମ୍ପର୍କକୁ ନେଇ ରିୟାଙ୍କ ବିରୋଧରେ ପ୍ରମାଣ ମିଳେ ତେବେ ତାଙ୍କ ପାଇଁ ସମସ୍ୟା ଆହୁରି ବଢ଼ିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.