Below header

ଭାରତରେ ଲଞ୍ଚ ହେଲା ନୂଆ ଇନୋଭା କ୍ରାଏଷ୍ଟା, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

ଭାରତରେ ଟୟୋଟା କିର୍ଲୋସ୍କର ମୋଟର ପକ୍ଷରୁ ନୂଆ ଇନୋଭା କ୍ରାଏଷ୍ଟା ର ବଜାର ପ୍ରବେଶ ହୋଇଛି । ନୂଆ ଟୟୋଟା ଇନୋଭା କ୍ରାଏଷ୍ଟାର ଦମଦାର ଲୁକ୍ ଓ ଆକର୍ଷଣୀୟ ଫିଚର୍ସ ସହିତ ମାର୍କେଟକୁ ଆସିଛି। ଯାହାର ମୂଲ୍ୟ ୧୬.୨୬ ଲକ୍ଷ ରହିଛି। । ୨୦୦୫ରେ ଭାରତରେ ଇନୋଭାର ବଜାର ପ୍ରବେଶ ହୋଇଥିଲା । ଇତିମଧ୍ୟରେ ଇନୋଭା କ୍ରାଏଷ୍ଟାକୁ ମିଶାଇ ଏହାର ୮,୮୦,୦୦୦ ୟୁନିଟ୍ ବିକ୍ରି ହୋଇସାରିଛି ।

ଇନୋଭାର ଦ୍ୱିତୀୟ ପିଢ଼ି ଇନୋଭା କ୍ରାଏଷ୍ଟାର ବଜାର ପ୍ରବେଶ ୨୦୧୬ରେ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହାର ୩,୦୦,୦୦୦ ୟୁନିଟ ବିକ୍ରି ହୋଇସାରିଛି । ନୂଆ ଇନୋଭା କ୍ରାଏଷ୍ଟାରେ ବୋଲ୍ଡ ଟ୍ରାପିଜ୍ରୋଏଡାଲ ପିଆନୋ ବ୍ଲାକ୍ ଗ୍ରିଲ୍ ସହିତ କ୍ରୋମ୍ ସରାଉଣ୍ଡ୍ ରହିଛି । ୭ ଏୟାର ବ୍ୟାଗ୍, ଭେଇକିଲ୍ ଷ୍ଟାବିଲିଟି କଂଟ୍ରୋଲ୍, ହିଲ୍ ଷ୍ଟାର୍ଟ ଆସିଷ୍ଟ୍, ସୁରକ୍ଷିତ ପାର୍କିଂ ପାଇଁ ଏମ୍ଆଇଡି ଡିସପ୍ଲେ, ସ୍ପାର୍କିଂ ବ୍ଲାକ୍ କ୍ରିଷ୍ଟାଲ ସାଇନ୍ ନୂତନ ଏକ୍ଷ୍ଟରିୟର ରଙ୍ଗ ରହିଛି ।

toyota

ଏହା ସହିତ ଟଚ୍ ସ୍କ୍ରିନ୍ ଅଡିଓ, ଆଣ୍ଡ୍ରଏଡ୍ ଅଟୋ/ଆପଲ କାର୍ ପ୍ଲେ, ରୟାଲ ଟାଇମ୍ ଭେଇକିଲ୍ ଟ୍ରାକିଂ, ଜିଓ ଫେନ୍ସିଂ, ଲାଷ୍ଟ ପାର୍କଡ୍ ଲୋକେସନ ଆଦି ସୁବିଧା ଅଛି । ନୂଆ ଇନୋଭା କ୍ରାଏଷ୍ଟାର ଜିଏକ୍ସ୍, ଭିଏକ୍ସ୍ ଏବଂ ଜେଡ୍ଏକ୍ସ ଗ୍ରେଡ୍ କେରଳ ବ୍ୟତୀତ ଦେଶର ଅନ୍ୟ ଅଞ୍ଚଳରେ ୧୬,୨୬,୦୦୦ ଟଙ୍କାରୁ ୨୪,୩୩,୦୦୦ ଟଙ୍କାର ଏକ୍ସ୍ ସୋ’ରୁମ୍ ମୂଲ୍ୟରେ ଉପଲବ୍ଧ ହେଉଛି ।

ଏହାର ନୂଆ ମୂଲ୍ଯ ପୁରୁଣା ଗାଡିର ଦାମ ଠାରୁ ୬୦ ହଜାର ଅଧିକ ରହିଛି। ସେହିପରି ଡିଜେଲ ଭାରିଅଣ୍ଟର ମୂଲ୍ଯ ପୂର୍ବାପେକ୍ଷା ୨୦ ହଜାର ଟଙ୍କା ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.