ଭାରତୀଙ୍କ ଘରେ କିଏ ଗଂଜେଇ ରଖି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି, ରାକ୍ଷୀଙ୍କ ଭିଡିଓ ହେଉଛି ଭାଇରଲ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଲା। ଏହି ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏନ୍ସିବି ଡ୍ରଗ୍ସ ସମ୍ପର୍କିତ ଏକ ଲମ୍ବା ତାଲିକାର ପର୍ଦ୍ଦାଫାସ କରିଛି। ଯେଉଁଥିରେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆରମ୍ଭ କରି ଟିଭି ଜଗତର ସେଲିବ୍ରିଟି ଛନ୍ଦି ହୋଇପଡିଛନ୍ତି। ଏମିତି ଏନସିବି ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରିସାରିଛି। ନିକଟରେ ଏନସିବି, କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ଯେଉଁଥିରେ ଏବେ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

ରାକ୍ଷୀ ସାଓ୍ବନ୍ତ ଭାରତୀ ସିଂଙ୍କ ଗିରଫଦାରୀକୁ ନେଇ କିଛି ଏପରି କଥା କହିଛନ୍ତି, ଯେଉଁଥିପାଇଁ ତାଙ୍କୁ ଅନେକ ପ୍ରଶଂସା କରାଯାଉଛି। ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିଆଙ୍କ ଗିରଫଦାରୀକୁ ନେଇ ରାକ୍ଷୀ ବହୁତ କଥା କହିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ରାକ୍ଷୀ କହିଛନ୍ତି ଯେ, ‘ଡ୍ରଗ୍ସ ମାମଲାରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଲୋକଙ୍କ ନାମ କାହିଁକି ବାହାରକୁ ଆସୁଛି ? କୌଣସି ନେତା କି ମନ୍ତ୍ରୀଙ୍କ ପୁଅମାନଙ୍କ ନାମ କାହିଁକି ସାମ୍ନାକୁ ଆସୁନାହିଁ । ଭାରତୀ ଏବଂ ହର୍ଷଙ୍କ ବିଷୟରେ ଶୁଣିବା ପରେ ମୋ ପାଦ ତଳୁ ମାଟି ଖସି ଯାଇଥିଲା। ହଠାତ୍ ଛାପା ମାରିବା ଆଉ ଗଞ୍ଜେଇ ମିଳିବା ଏହା ଏକ ପ୍ରକାରର ଷଡ଼ଯନ୍ତ୍ର ବୋଲି ମୋତେ ଏବେ ବି ଲାଗୁଛି। ମୋତେ ଲାଗୁଛି, ତାଙ୍କ ଘରେ କିଏ ନେଇ ଗଂଜେଇ ରଖି ଏପରି ଷଡଯନ୍ତ୍ର କରିଛି । ତେବେ ରାକ୍ଷୀଙ୍କ ଏପରି କଥାରେ କିଛି ୟୁଜର୍ସ ସମର୍ଥନ ଜଣାଇଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସ କହିଛନ୍ତି, କେବେ କେବେ ରାକ୍ଷୀ ଠିକ୍ କଥା କହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.